ଦିବ୍ୟାଙ୍ଗ ଶିଶୁଙ୍କ ଉପରେ ଚଢିଗଲା ଟ୍ରେନ୍

Tamilnadu Accident News: ତାମିଲନାଡୁର ଉରାପକ୍କାମରେ ଏକ ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାରେ ତିନି ଶିଶୁଙ୍କର ମୃତ୍ୟୁ । ୩ ମୃତ ଦିବ୍ୟାଙ୍ଗ ଥିବାନେଇ ସୂଚନା । 11 ରୁ 15 ବର୍ଷ ବୟସର ଏହି ତିନି ପିଲାଙ୍କ ମଧ୍ୟରେ ଦୁଇଜଣ ଭାଇ ଥିଲେ ଯେଉଁମାନେ ମୂକ ବଧିର ଥିଲେ ତୃତୀୟ ପିଲାଟି ମଧ୍ୟ ମଧ୍ୟ କଥା କଥା କହି ପାରୁ ନଥିଲା । ଏହି ଘଟଣା ମଙ୍ଗଳବାର ଦିନ ଘଟିଛି । ତିନି ପିଲା ରେଳ ଟ୍ରାକ୍ ଅତିକ୍ରମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।

TamilNadu

ସୂଚନା ଅନୁସାରେ, ୩ ଶିଶୁ ରେଲୱେ ଟ୍ରାକ୍ କଡରେ ଖେଳୁଥିଲେ ଏବଂ ଘରକୁ ଯିବାକୁ ଟ୍ରାକ୍ ପାରି ହେଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ସେମାନଙ୍କ ଉପରେ ଚଢିଯାଇଥିଲା । ଗୁଜୁଭଚେରୀ ପୋଲିସ ଏବଂ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପରିବାରକୁ ଖବର ଦେଇଛି । ସମସ୍ତ ମୃତ ଦେବକୁ ପୋଷ୍ଚମର୍ଟମ ପାଇଁ ପଠାଯାଇଛି ।

ତେବେ ୩ ପିଲାଙ୍କ ପରିଚୟ ମିଳିଛି, ଏହି ପିଲାମାନଙ୍କ ମଧ୍ୟରେ 15 ବର୍ଷ ବୟସ୍କ ସୁରେଶ, 10 ବର୍ଷ ରବି ଏବଂ 11 ବର୍ଷ ମଞ୍ଜୁନାଥ ରହିଛନ୍ତି । ସୁରେଶ ଏବଂ ରବି ପ୍ରକୃତ ଭାଇ ଥିଲେ। ଏହି ଘଟଣାରେ ସରକାରୀ ରେଳ ପୋଲିସ (GRP) ଏକ ମାମଲା ରୁଜୁ କରିଛି। ପୋଲିସ କହିଛି ଯେ ଏହି ତିନି ଜଣ ଭିନ୍ନକ୍ଷମ ସହରର ଉପକଣ୍ଠରେ ଥିବା ଉରାପକ୍କମ ନିକଟରେ ଏକ ଉପାନ୍ତ ଟ୍ରେନ୍‌ରେ ଧକ୍କା ହେବା ପରେ ମୃତ୍ୟୁ ଘଟିଛି। ସେ କର୍ଣ୍ଣାଟକର ବାସିନ୍ଦା ଥିଲେ।

ସମସ୍ତ ମୃତଙ୍କ ମାତାପିତା ଚେନ୍ନାଇରେ ଦିନ ମଜୁରୀ ଭାବରେ କାର୍ଯ୍ୟ କରନ୍ତି । ଏହି ଘଟଣା ପରେ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟ ଖେଳିଯାଇଛି । ପିଲାମାନଙ୍କ ସହିତ ଘଟିଥିବା ଏହି ଦୁର୍ଘଟଣାର ପୋଲିସ ତଦନ୍ତ କରୁଛି । ଘଟଣାକୁ ବୁଝିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ୍ ଜାଞ୍ଚ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+