ବ୍ରିଜ୍ ଭୁଶୁଡ଼ିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ
କାହିଁକି ଭୁଶୁଡ଼ିଲା ବ୍ରିଜ ? ମାତ୍ର କେଇ ବର୍ଷ ତଳେ କାମ ହୋଇଥିବା ବ୍ରିଜ ହଠାତ କଣ ପାଇଁ ଭୁଶୁଡ଼ିଲା ? ସବୁରି ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ଲୋକେ ବି ହନ୍ତସନ୍ତ। ସାଧାରଣ ଜୀବନ ଯାପନ ଠପ୍ ହୋଇଯାଇଛି। ଲୋକେ ଯିବା ଆସିବା କରି ପାରୁ ନାହାନ୍ତି। ବାଲେଶ୍ବରରୁ ଭୁବନେଶ୍ୱର ଯାଇଆସି ହେଉ ନାହିଁ। ନିମ୍ନ ମାନର କାମ ହେତୁ ଏପରି ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି।
ବ୍ରିଜ୍ ଭୁଶୁଡ଼ିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା । ବ୍ରିଜ୍ର ନିର୍ମାଣରେ ତ୍ରୁଟି ଥିବା ସେ କହିଛନ୍ତି । ଅଧିକ ତଦନ୍ତ ପାଇଁ ବିଶେଷଜ୍ଞ ଦଳ ଘଟଣାସ୍ଥଳକୁ ଆସିଛନ୍ତି । ଚୂଡାନ୍ତ ରିପୋର୍ଟ ପରେ ଭୁଶୁଡ଼ିବାର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଯାଜପୁର ଜାତୀୟ ରାଜପଥ-୧୬ରେ ବ୍ରିଜ୍ ଭୁଶୁଡ଼ିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ଏହି ଅଘଟଣ ଘଟିଛି। ସୌଭାଗ୍ୟବଶତଃ ବ୍ରିଜ ଭୁଶୁଡ଼ିଲା ବେଳେ କୌଣସି ଗାଡ଼ି ଯାଉ ନଥିଲା। ଯାହା ଫଳରେ କୌଣସି ଧନ ଜୀବନ କ୍ଷତି ହୋଇ ନାହିଁ।
ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନେଇ ସାଧରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦୦୮ରେ ବ୍ରିଜର ନିର୍ମାଣ ହୋଇଥିଲା, ୫୦ ବର୍ଷ ସୁରକ୍ଷିତ ରହିବା କଥା । ହେଲେ ମାତ୍ର ୧୫ ବର୍ଷରେ ବ୍ରିଜ ଦବି ଯିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବ୍ରିଜ ଭୁଶୁଡିବା ଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍ ରହିଛି । ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଏବେ ଅଟକି ରହିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି ।ପ୍ରାୟ ୧୦ ଫୁଟ୍ ତଳକୁ ଦବିଯାଇଛି ବ୍ରିଜ୍ । ଯାହାଫଳରେ ଉକ୍ତ ବ୍ରିଜ୍ରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।












Click it and Unblock the Notifications