'ପ୍ରଥମ ଡୋଜ ଗୋଟିଏ ସ୍ଥାନରେ, 2ୟ ଡୋଜ ଅନ୍ୟ ସ୍ଥାନରେ ନେଇ ପାରିବେ'
ଗୋଟିଏ ଜାଗାରେ ରେଜିଷ୍ଟ୍ରେସନ କରିଥିଲେ ଅନ୍ୟ ସ୍ଥାନରେ ଟିକା ନେଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଭୁବନେଶ୍ୱର: ଗୋଟିଏ ଜାଗାରେ ରେଜିଷ୍ଟ୍ରେସନ କରିଥିଲେ ଅନ୍ୟ ସ୍ଥାନରେ ଟିକା ନେଇ ପାରିବେ । ସେହିପରି ପ୍ରଥମ ଡୋଜ ଗୋଟିଏ ସ୍ଥାନରେ ନେଇଥିଲେ 2ୟ ଅନ୍ୟ ସ୍ଥାନରେ ନେଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି, ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲିଛି, ଗତକାଲି ୧୮୨ ସେସନ ଟିକାକରଣ କେନ୍ଦ୍ର କାର୍ଯ୍ୟ କରୁଥିଲା। ଟାର୍ଗେଟ ୧୬,୨୬୧ ଥିବା ବେଳେ ୧୪,୨୯୧ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଛି। ୮୮ % ଟିକାକରଣ ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ଟାଗେର୍ଟ ହାସଲ ହୋଇଥିଲା। ୩ ଜଣଙ୍କ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ତେବେ ଏହି ଟିକା ନେଇଥିବା ସମସ୍ତ ବ୍ୟକ୍ତି ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ଟିକା ନେବା ସମୟରେ ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ନିକଟକୁ ପୁଣିଥରେ ଟିକା ନେବା ପାଇଁ ମେସେଜ ଯାଉଥିବା କହିଛନ୍ତି ବିଜୟ ।












Click it and Unblock the Notifications