'ଧିରେ ଧିରେ ଫେରିଲାଣି ପୂର୍ବ ସ୍ଥିତି, ଏଣିକି ପ୍ରସ୍ତୁତ ରୁହ'
ଆଜି କ୍ୟାବିନେଟ ସଚିବଙ୍କ ସହ କରୋନା ସ୍ଥିତି ସମକ୍ଷା ପରେ ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ଭୁବନେଶ୍ୱର: ରାଜ୍ୟରେ କରୋନାର 2ୟ ଲହରୀ ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । 500 ମାର୍କ ଛୁଇଁଲାଣି ଦୈନିକ ଆକ୍ରାନ୍ତ ସଂଖ୍ୟା । ତେଣୁ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି କ୍ୟାବିନେଟ ସଚିବଙ୍କ ସହ କରୋନା ସ୍ଥିତି ସମକ୍ଷା ପରେ ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ୫୦୦ ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ନିମନ୍ତେ କୋଭିଡ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ୱାର୍ଡ ଓ ଅଧିକ ଡାକ୍ତର ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏବେ ସଂକ୍ରମିତ ଅଧିକ ହେଉଥିଲେ ବି କମ୍ ଲୋକଙ୍କୁ ହସ୍ପିଟାଲ ଦରକାର ପଡୁଛି। ହସ୍ପିଟାଲରେ ଅଧିକ ସଂଖ୍ୟକ ବେଡ୍ ରହିଛି, ଭୟ କରିବାର କାରଣ ନାହିଁ। ଲୋକଙ୍କୁ ସଚେତନ କରାଯିବ, ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ।"
ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "କରୋନା ଯୋଗୁ ମୃତ୍ୟୁହାର ଏବେ ବେଶି ଅଧିକ ନାହିଁ। ସୀମା ଅଞ୍ଚଳରେ ଥିବା ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏମକେସିଜି, କୋରାପୁଟ, ବ୍ରହ୍ମପୁର, ବୁର୍ଲା, ଏସିବିରେ ବେଡ ବ୍ୟବସ୍ଥା କରାଯାଇଛି। ପରିସ୍ଥିତିର ମୁକାବିଲା କରାଯିବ।"












Click it and Unblock the Notifications