'ମେ' ରେ ପିକ୍ ଥିଲା, ଜୁନରେ ସେପରି ହେବନି'

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ମେ’ ମାସ ଘାତକ ଥିଲା । ଏବେ କରୋନାର ଟ୍ରେଣ୍ଡ କମୁଛି। ଆଶା କରାଯାଉଛି ଜୁନ ମାସରେ ସେପରି ହେବନି।

ଭୁବନେଶ୍ୱର: ରାଜ୍ୟରେ ଏବେ ସଂକ୍ରମଣ ହାରରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ବେଳେ ଲକଡାଉନକୁ ପୁଣିଥରେ ବଢାଇଛନ୍ତି ରାଜ୍ୟ ସରକାର । ଏହି ପରିପେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ମେ' ମାସ ଘାତକ ଥିଲା । ଏବେ କରୋନାର ଟ୍ରେଣ୍ଡ କମୁଛି। ଆଶା କରାଯାଉଛି ଜୁନ ମାସରେ ସେପରି ହେବନି। ହେଲେ ସଂକ୍ରମଣ ବଢ଼ିଲେ ଲକଡାଉନ ବଢିପାରେ, ତେଣୁ ସଜାଗ ରହିବା ଉଚିତ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର।

 Director of Public Health

ସେ କହିଛନ୍ତି, ସାଧାରଣତଃ ଲକଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହୋଇଛି। ସୁନ୍ଦରଗଡ଼ରେ ସଂକ୍ରମିତ ଅଧିକ ଥିଲା । ଏବେ କମୁଛି । ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିବାନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସୂଚନାଥାଉ କି, କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ଖେଳାଇଛି । ଓଡ଼ିଶାରେ ମେ' ମାସରେ କରୋନା ସଂକ୍ରମଣ ପିକ୍‌ରେ ଥିଲା। ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବାବେଳେ ଶେଷ ସପ୍ତାହ ଆଡକୁ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+