କଟକଣା କୋହଳ ହୋଇଛି ହେଲେ ଦାୟିତ୍ୱ ବଢିଛି, ସତର୍କ ରୁହ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ଆଜିଠୁ କରୋନା କଟକଣା କୋହଳ ହୋଇଛି । କଟକଣା କୋହଳ ପରେ ସମସ୍ତଙ୍କ ଦାୟିତ୍ୱ ବଢିଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କରୋନା କଟକଣା କୋହଳ ହୋଇଛି । କଟକଣା କୋହଳ ପରେ ସମସ୍ତଙ୍କ ଦାୟିତ୍ୱ ବଢିଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପରିବାରର ଦାୟିତ୍ୱ ବଢ଼ିବା ସହ ମନିଟରିଂ ବାଧ୍ୟତାମୂଳକ କରିବାକୁ ପଡ଼ିବ। କଟକଣାକୁ ସମେସ୍ତେ ପୂର୍ବପରି ମାନିବାକୁ ପଡ଼ିବାକୁ ବୋଲି ସେ କହିଛନ୍ତି ।

କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କଣ ରହୁଛି, ତା ଉପରେ ନଜର ରଖିବାକୁ ପଡିବ । ସମେସ୍ତେ ହାତ ମିଳାଇଲେ ହିଁ କରୋନାକୁ ରୋକିହେବ ନହେଲେ ପୁଣି ବିପଦକୁ ଆମେ ହିଁ ନିମନ୍ତ୍ରଣ କରିବା । ମୃତ୍ୟୁ ସଂଖ୍ୟା ଆଜି କିଛି କମିଛି , ଆଗକୁ ମଧ୍ୟ କମିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ ଆହୁରି କହିଛନ୍ତି, ତୃତୀୟ ଲହରରେ ସଂକ୍ରମଣ ବାପା ମାଆଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ । ତେଣୁ ବାପାମାଆ ସଚେତନ ନହେଲେ ପିଲାମାନଙ୍କୁ ଏହା ସଂକ୍ରମିତ କରିବ । କଟକଣା ଯାଇଛି ହେଲେ କରୋନା ଯାଇନି । କରୋନା ଭୂତାଣୁ ଆମ ଆଖପାଖରେ ଅଛି ତେଣୁ ସତର୍କ ରହିବାକୁ ପଡିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବା ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ମାସରେ କଟକଣାକୁ କୋହଳ କରିଛନ୍ତି । ଏହିକ୍ରମରେ ଆଜିଠୁ ରାତି ୧୦ ଯାଏ ଖୋଲା ରହିବ ଦୋକାନ ବଜାର । ସକାଳ ୫ରୁ ରାତି ୧୦ ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେପ୍ଟେମ୍ବରରେ ସବୁ ଖୋଲା।
ନୂଆ ଗାଇଡଲାଇନ ଅନୁସାରେ ସାପ୍ତାହିକ ସଟଡାଉନ ହଟାଇ ଦିଆଯାଇଛି। କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ହଲ ମଲ ପୂର୍ଣ୍ଣ କ୍ଷମତାର ସହିତ ଖୋଲା ରହିବ। ବାହାଘର ,ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ଏଣିକି ୨୫୦ ଲୋକଙ୍କୁ ଅନୁମତି ମିଳିବ। ଏହି ୨୫୦ ସଂଖ୍ୟା ଅତିଥୀ, ଆୟୋଜକ ଓ କର୍ମକର୍ତ୍ତାଙ୍କୁ ମିଶାଇ ରହିବ।












Click it and Unblock the Notifications