Get Updates
Get notified of breaking news, exclusive insights, and must-see stories!

କମୁଛି କରୋନା ସଂକ୍ରମଣ ହାର, ୧୦ ଦିନ ମଧ୍ୟରେ ଆହୁରି କମିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅନଲକ୍ ମୁହାଁ ହେଉଛି ଓଡ଼ିଶା । ଗତକାଲି ୭ ହଜାର ଉପରେ ପଜିଟିଭ୍ ଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ଆକ୍ରାନ୍ତ ।

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ଧିରେ ଧିରେ କମ ହେବାରେ ଲାଗିଛି । ସେହିପରି କୋଭଡ ମହାମାରୀକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଆଶ୍ବସ୍ଥି କର ଖବର । ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅନଲକ୍ ମୁହାଁ ହେଉଛି ଓଡ଼ିଶା । ଗତକାଲି ୭ ହଜାର ଉପରେ ପଜିଟିଭ୍ ଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ଆକ୍ରାନ୍ତ । ତେବେ ଆଗାମୀ ସପ୍ତାହ କିମ୍ବା ୧୦ ଦିନ ଭିତରେ ସଂକ୍ରମଣ ଆହୁରି କମିଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Director of Health

ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହୁଛି । ବର୍ତ୍ତମାନ ଟିକାକରଣରେ ଦ୍ଵିତୀୟ ଡୋଜ୍‌କୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ ବର୍ଷର, ଯେଉଁମାନେ ପ୍ରଥମ ଡୋଜ୍‌ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+