For Quick Alerts
Turn On Notification  
For Daily Alerts
Oneindia App Download

କମୁଛି କରୋନା ସଂକ୍ରମଣ ହାର, ୧୦ ଦିନ ମଧ୍ୟରେ ଆହୁରି କମିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅନଲକ୍ ମୁହାଁ ହେଉଛି ଓଡ଼ିଶା । ଗତକାଲି ୭ ହଜାର ଉପରେ ପଜିଟିଭ୍ ଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ଆକ୍ରାନ୍ତ ।

|

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ଧିରେ ଧିରେ କମ ହେବାରେ ଲାଗିଛି । ସେହିପରି କୋଭଡ ମହାମାରୀକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଆଶ୍ବସ୍ଥି କର ଖବର । ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅନଲକ୍ ମୁହାଁ ହେଉଛି ଓଡ଼ିଶା । ଗତକାଲି ୭ ହଜାର ଉପରେ ପଜିଟିଭ୍ ଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ଆକ୍ରାନ୍ତ । ତେବେ ଆଗାମୀ ସପ୍ତାହ କିମ୍ବା ୧୦ ଦିନ ଭିତରେ ସଂକ୍ରମଣ ଆହୁରି କମିଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Director of Health

ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହୁଛି । ବର୍ତ୍ତମାନ ଟିକାକରଣରେ ଦ୍ଵିତୀୟ ଡୋଜ୍‌କୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ ବର୍ଷର, ଯେଉଁମାନେ ପ୍ରଥମ ଡୋଜ୍‌ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Director of Health Bijay Mohapatra on Odisha Corona Positive cases
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X