For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଏବେ ଷ୍ଟକ୍ ଅଛି 7 ଲକ୍ଷ ଟିକା, ଜାଣନ୍ତୁ ଏଯାବତ୍ କେତେଜଣଙ୍କର ହୋଇଛି ଟୀକାକରଣ

ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି । ଏବେ ରାଜ୍ୟରେ ମୋଟ ୭ ଲକ୍ଷ ଟିକା ଷ୍ଟକ୍ ଅଛି । ବଫର ଷ୍ଟକ୍ ନ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଷ୍ଟକ୍ ସରିବା ପୂର୍ବରୁ କେନ୍ଦ୍ର ଯୋଗାଇ ଦେବ ବୋଲି କୁହାଯାଇଛି ।

|

ଭୁବନେଶ୍ୱର : ରାଜ୍ୟରେ ସୁରୁଖୁରୁରେ ଚାଲିଛି ତୃତୀୟ ପର୍ଯ୍ୟାୟ ଟୀକାରକରଣ । ମଙ୍ଗଳବାର ୬୦ ବର୍ଷରୁ ଉର୍ଦ୍ଧ ୨୦,୯୫୨ ଜଣଙ୍କର ଟିକା ଦାନ ହୋଇଛି । ୪୫ରୁ ୫୯ ବର୍ଷ ଏକାଧିକ ରୋଗରେ ପୀଡିତ ଥିବା ୭୭୪ ଜଣ ଟିକା ନେଇଛନ୍ତି । ଗତକାଲି ମୋଟ ୨୧୭୨୬ ଜଣଙ୍କର ଟିକାଦାନ ହୋଇଛି । ଗତ ୨ ଦିନରେ ମୋଟ ୩୩,୩୧୫ଟି ଟିକାଦାନ ହୋଇଛି । ଏଥିସହିତ ମଙ୍ଗଳବାର ୬୦୩୭ ଜଣ ସ୍ବାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ୯୦ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀ, ୮୨ ପ୍ରତିଶତ ଦ୍ବିତୀୟ ଡୋଜ୍, ୭୪ ପ୍ରତିଶତ ଫ୍ରଣ୍ଟ ଲାଇନ୍ କୋଭିଡ୍ ୱାରିୟର ଟିକା ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କୌଣସି ଜାଗାରୁ ସାଇଡ୍ ଇଫେକ୍ଟ ସୂଚନା ଆସି ନାହିଁ । କୋୱିନ୍ ସାଇଟ୍ ସମସ୍ୟା ସୃଷ୍ଟି କରୁଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

Corona-Vaccine

ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ତିଆରି ହୋଇଛି ତାହାର ପରୀକ୍ଷଣ କରାଯାଉଛି । ପ୍ରଥମ ଡୋଜ୍ ପରେ କେତେ ଓ ଦ୍ବିତୀୟ ଡୋଜ ପରେ କେତେ ବଢିଛି ତାହାର ନୀରକ୍ଷଣ କରାଯାଉଛି । ବୁର୍ଲା, RMRC ଓ କ୍ୟାପିଟାଲ ହସପିଟାଲରେ ଏହି ସର୍ଭେ ଚାଲିଛି । ଏହା କରିବା ଦ୍ବାରା ଟିକା ମାନବ ଶରୀରରେ କେତେ କାମ କରୁଛି ତାହା ଜଣା ପଡିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଏଥସହିତ ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି । ଏବେ ରାଜ୍ୟରେ ମୋଟ ୭ ଲକ୍ଷ ଟିକା ଷ୍ଟକ୍ ଅଛି । ବଫର ଷ୍ଟକ୍ ନ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଷ୍ଟକ୍ ସରିବା ପୂର୍ବରୁ କେନ୍ଦ୍ର ଯୋଗାଇ ଦେବ ବୋଲି କୁହାଯାଇଛି । କରୋନା ଟିକା ଦାନ ପାଇଁ ଭିତ୍ତିଭୂମୀ ଓ ମାନବ ସମ୍ଭଳ ଥିବା ଘରୋଇ ଡାକ୍ତରଖାନା କେବଳ ଟିକାଦାନ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ବୋଲି ମଧ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 7 lakh Vaccine available in State, Director of Health and Family Welfare Department.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X