ଏହି ଦୁଇ ଦିନକୁ ବାଦ ଦେଲେ ସବୁଦିନ ରାଜ୍ୟରେ ହେବ ଟିକାକରଣ
ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟିକାକରଣ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି 2ୟ ପର୍ଯ୍ୟାୟ ଟିକାକରଣ । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପରେ ବୟସ୍କ ବ୍ୟକ୍ତି ଦିଆଯାଉଛି ଟିକା । ତେବେ ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟିକାକରଣ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଟାର୍ଗେଟ ପାଖାପାଖି ହାସଲ କରିଛୁ। ଦ୍ଵିତୀୟ ଡୋଜ ଟୀକାକରଣ ଚାଲିଛି। ଏବେ ବୟସ୍କ ଲୋକଙ୍କ ଉପରେ ଧ୍ୟାନ ଦିଆଯାଉଛି। ଖରାକୁ ଦୃଷ୍ଟିରେ ରଖି 700 ସେଣ୍ଟର ବୃଦ୍ଧି କରାଯାଇଛି। ଆହୁରି ବଢ଼ିବ। ପ୍ରତିଦିନ 1 ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି। ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟିକାକରଣ।












Click it and Unblock the Notifications