ଭୁବନେଶ୍ବରରୁ ଏସବୁ ସହରକୁ ଉଡିବ ସିଧାସଳଖ ବିମାନ: କେଉଁ ସହରକୁ ସିଧାସଳଖ ବିମାନ ?
ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଭୁବନେଶ୍ବରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଭଳି ସହରକୁ ସିଧାସଳଖ ଉଡିବ ବିମାନ । ଏନେଇ CMO ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଏସବୁ ସହରକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ ଉଡିବ ବିମାନ ।
ଭୁବନେଶ୍ୱରରୁ କେଉଁ ସହରକୁ ସିଧାସଳଖ ବିମାନ:
ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦେଶର ବଡ଼ ବଡ଼ ସହରକୁ ଉଡ଼ିବ ବିମାନ । ଯେପରିକି ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଆଦି ସହରକୁ ଉଡିବ ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ।
ବଦଳିବ ଭୁବନେଶ୍ବର ବିମାନ ବନ୍ଦର ରୂପରେଖ:
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ନିର୍ମାଣ ହେବା ପାଇଁ ଦୁଇ ବର୍ଷ ଲାଗିବ । ଏହାରି ମଧ୍ୟରେ ୮୦ ଲକ୍ଷ କ୍ଷମତା ବିଶିଷ୍ଟ ନୂଆ ଟର୍ମିନାଲ ନିର୍ମାଣ ହେବ । ଯାହାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଓଡ଼ିଶା ଗସ୍ତର ଆସିଥିବା ବେଳେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ । ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ ଲୋକସଂଖ୍ୟା କ୍ଷମତା ରହିଛି । ଏହାକୁ ବୃଦ୍ଧି କରାଯିବ । ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ ।
ଡ଼ିଜି ଯାତ୍ରାରେ ସାମିଲ ହୋଇଛି ଭୁବନେଶ୍ୱର ବିମାନ ବନ୍ଦର:
ଡିଜିଯାତ୍ରା ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ବାୟୋମେଟ୍ରିକ ଭିତ୍ତିକ ଡିଜିଟାଲ ପ୍ରକ୍ରିୟା । ଏହା ଦ୍ବାରା ଜଣେ ଯାତ୍ରୀ ସିଧାସଳଖ ବିମାନ ବନ୍ଦର ପ୍ରବେଶ ପଥ ଇ-ଗେଟକୁ ଯାଇ ଟିକେଟ୍ ଅବା ବୋଡିଂ ପାସର ବାରକୋର୍ଡ ବା କ୍ୟୁଆର କୋର୍ଡକୁ ସ୍କାନ କରିପାରିବେ । ଯାତ୍ରୀଙ୍କ ମୁହଁର ଫଟୋ ଏକ କ୍ୟାମେରା ଉତ୍ତୋଳନ କରି ଡିଜିଯାତ୍ରା ଆଇଡିରେ ଥିବା ଫଟୋ ସହ ତୁଳନା କରିବ । ଯାତ୍ରା ବିବରଣୀ ଏବଂ ମୁହଁ ଫଟୋ ସମାଞ୍ଜସ୍ୟ ଆସିବା ପରେ ଆପେ ଆପେ ଇ-ଗେଟ ଖୋଲିଯିବ । ଏହା ସହ ଏକ ଟୋକେନ ମିଳିବ ଯାହାକି ଟିକେଟ PNRରେ ଫଟୋ ସଂଯୁକ୍ତ କରିଥିବ ଏବଂ ପରବର୍ତ୍ତୀ ଚେକ ପଏଣ୍ଟ ଗୁଡ଼ିକରେ ମୁହଁ ଭେରିଫିକେସନ ସହଜରେ ହୋଇପାରିବ । ଏଣ୍ଟ୍ରି ପଏଣ୍ଟ ଚେକ୍, ସିକ୍ୟୁରିଟି ଚେକରେ ଏଣ୍ଟ୍ରି, ଏୟାରକ୍ରାଫ୍ଟ ବୋର୍ଡିଂ, ଅତିରିକ୍ତ ଭାବରେ ଏହା ସେଲ୍ଫ- ବ୍ୟାଗ୍ ଡ୍ରପ୍ ଏବଂ ଚେକ୍ ଇନ୍ ମଧ୍ୟ ସୁବିଧା କରିବ, ପ୍ୟାକ୍ସ ଏବଂ ଡାଟା ପୁନ ପ୍ରତ୍ୟାବର୍ତ୍ତନ ପାଇଁ ମୁଖ ଚିହ୍ନଟରେ ବ୍ୟବହାର କରିବ । ଯାହାକୁ ନେଇ ଭୁବନେଶ୍ବର ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯାଇଛି ।
ରାଜ୍ୟରେ ଅଛି ଅନେକ ବିମାନ ବନ୍ଦର:
ରାଜ୍ୟରେ ଗୋଟିଏ ମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବାଦ ଦେଲେ ଝାରସୁଗୁଡ଼ା ବିମାନ ବନ୍ଦର, ଜୟପୁର ବିମାନ ବନ୍ଦର ରାଉରକେଲା ବିମାନ ବନ୍ଦର, ଉତ୍କେଲା ଏୟାର ଷ୍ଟ୍ରିପ ସହିତ ରଙ୍ଗେଇଲୁଣ୍ଡା ଆଦି ଏୟାର ଷ୍ଟ୍ରିପ ରହିଛି।












Click it and Unblock the Notifications