ମେ’ ୧୫ରୁ ଭୁବନେଶ୍ୱରରୁ ଦୁବାଇ ଏବଂ ଜୁନ ୩ରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ବିମାନ ସେବା

ଭୁବନେଶ୍ୱର: ଆସନ୍ତା ଜୁନ୍‍ ୩ ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ । ସିଙ୍ଗାପୁରକୁ ମଙ୍ଗଳବାର ଓ ଶନିବାର ବିମାନ ଯାତ୍ରା କରିବ ।

Bhubaneswar to Dubai

ଓଡ଼ିଶାବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଏହି ବିମାନ ସେବା ଯୋଗାଇ ଦେବାକୁ ଉଭୟ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଯିବା ଓ ଆସିବା ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଛି । ଭୁବନେଶ୍ୱରରୁ ସିଙ୍ଗାପୁର ଅଭିମୁଖେ ବିମାନ ସକାଳ ୬ଟା ୨୫ରୁ ଉଡାଣ ଆରମ୍ଭ କରିବ । ସିଙ୍ଗାପୁରରେ ଦିନ ଗୋଟାଏ ପାଞ୍ଚ ମିନିଟରେ ବିମାନ ପହଞ୍ଚିବ । ସିଙ୍ଗାପୁରରୁ ବିମାନ ଦିନ ୨ଟା ୧୦ରୁ ବାହାରି ଅପରାହ୍ନ ୩ଟା ୫୦ ମିନିଟରେ ଭୁବନେଶ୍ବରର ପହଞ୍ଚିବ । ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଅପରାହ୍ନ ୪ଟା ୫୦ ମିନିଟରେ ବାହାରି ରାତି ୯ଟା ୧୦ରେ ବ୍ୟାଙ୍କକରେ ପହଞ୍ଚିବ । ବ୍ୟାଙ୍କକରୁ ବିମାନ ରାତି ୧୦ଟା ୧୦ ମିନିଟରେ ବାହାରି ରାତି ୧୧ଟା ୧୫ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ ।

ସେହିପରି ଆସନ୍ତା ମ' ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହେବ ବିମାନ ସେବା । ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଏହି ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡ଼ିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ୱାର ଫିଟିବ। ଏପରି କି କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ୱାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ। ଏଥିସହିତ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ବୋଲି ପ୍ରଧାନ କହିଛନ୍ତି। ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+