ଦୁବାଇ ପରେ ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ: ଜାଣନ୍ତୁ କେବେ ଓ କେତେ ରହିଛି ଟିକେଟ ମୂଲ୍ୟ ?
ଭୁବନେଶ୍ୱର: ଦୁବାଇ ପରେ ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ । ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ବିକଶିତ, ସିଙ୍ଗାପୁର ସହ ଓଡିଶାର ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ତେବେ ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ସିଧାସଳଖ ବିମାନ ଚଳାଚଳ କରିବା ଦ୍ୱାରା ଓଡିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ବଢ଼ିବା ସହ ଜ୍ଞାନକୌଶଳର ଆଦାନ ପ୍ରଦାନ ହେବ, ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

ଟିକେଟ ମୂଲ୍ୟ ଓ ସମୟ: ଉଭୟ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଯିବା ଓ ଆସିବା ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଛି । ଭୁବନେଶ୍ୱରରୁ ସିଙ୍ଗାପୁର ଅଭିମୁଖେ ବିମାନ ସକାଳ ୬ଟା ୨୫ରୁ ଉଡାଣ ଆରମ୍ଭ କରିବ । ସିଙ୍ଗାପୁରରେ ଦିନ ୧ଟା ୫ମିନିଟରେ ବିମାନ ପହଞ୍ଚିବ । ସିଙ୍ଗାପୁରରୁ ବିମାନ ଦିନ ୨ଟା ୧୦ରୁ ବାହାରି ଅପରାହ୍ନ ୩ଟା ୫୦ ମିନିଟରେ ଭୁବନେଶ୍ବରର ପହଞ୍ଚିବ । ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଅପରାହ୍ନ ୪ଟା ୫୦ ମିନିଟରେ ବାହାରି ରାତି ୯ଟା ୧୦ରେ ବ୍ୟାଙ୍କକରେ ପହଞ୍ଚିବ । ବ୍ୟାଙ୍କକରୁ ବିମାନ ରାତି ୧୦ଟା ୧୦ ମିନିଟରେ ବାହାରି ରାତି ୧୧ଟା ୧୫ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ ।
ସୂଚନାଥାଉ କି, ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିଥିଲା । ବିମାନରେ ଏସଏଚଜି ମହିଳାଙ୍କ ସମେତ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବହୁ ବରିଷ୍ଠ ଅଧିକାରୀ ଦୁବାଇ ଯାଇଥିଲେ । ସେଠାରେ ଓଡି଼ଆ ସମାଜ ପକ୍ଷରୁ ଓଡିଶା ଉତ୍ସବର ଆୟୋଜନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ସିଙ୍ଗାପୁରରେ ମଧ୍ୟ ଦୁବାଇ ଭଳି ପ୍ରବାସୀ ଓଡିଆଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସିଙ୍ଗାପୁରରେ ରହୁଥିବା ପ୍ରାୟ ୨୨ ହଜାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications