Get Updates
Get notified of breaking news, exclusive insights, and must-see stories!

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ବିମାନସେବା, ସିଙ୍ଗାପୁର ଯିବେ ୧୧ ଜଣ SHG ମହିଳା

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ । ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ ।

ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ । ପ୍ରଥମ ଉଡ଼ାଣରେ ଅନେକ ଅତିଥି ଥିବାବେଳେ ସାମିଲ ହୋଇଛନ୍ତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର । ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇଦିନ ଏହି ସେବା ଉପଲବ୍ଧ ହେବ ।

Bhubaneswar to Singapore and Bangkok

ଟିକେଟ ମୂଲ୍ୟ ଓ ସମୟ: ଉଭୟ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଯିବା ଓ ଆସିବା ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଛି । ଭୁବନେଶ୍ୱରରୁ ସିଙ୍ଗାପୁର ଅଭିମୁଖେ ବିମାନ ସକାଳ ୬ଟା ୨୫ରୁ ଉଡାଣ ଆରମ୍ଭ କରିବ । ସିଙ୍ଗାପୁରରେ ଦିନ ୧ଟା ୫ମିନିଟରେ ବିମାନ ପହଞ୍ଚିବ । ସିଙ୍ଗାପୁରରୁ ବିମାନ ଦିନ ୨ଟା ୧୦ରୁ ବାହାରି ଅପରାହ୍ନ ୩ଟା ୫୦ ମିନିଟରେ ଭୁବନେଶ୍ବରର ପହଞ୍ଚିବ । ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଅପରାହ୍ନ ୪ଟା ୫୦ ମିନିଟରେ ବାହାରି ରାତି ୯ଟା ୧୦ରେ ବ୍ୟାଙ୍କକରେ ପହଞ୍ଚିବ । ବ୍ୟାଙ୍କକରୁ ବିମାନ ରାତି ୧୦ଟା ୧୦ ମିନିଟରେ ବାହାରି ରାତି ୧୧ଟା ୧୫ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ ।

ସୂଚନାଥାଉ କି, ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିଥିଲା । ବିମାନରେ ଏସଏଚଜି ମହିଳାଙ୍କ ସମେତ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବହୁ ବରିଷ୍ଠ ଅଧିକାରୀ ଦୁବାଇ ଯାଇଥିଲେ । ସେଠାରେ ଓଡି଼ଆ ସମାଜ ପକ୍ଷରୁ ଓଡିଶା ଉତ୍ସବର ଆୟୋଜନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସିଙ୍ଗାପୁରରେ ମଧ୍ୟ ଦୁବାଇ ଭଳି ପ୍ରବାସୀ ଓଡିଆଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସିଙ୍ଗାପୁରରେ ରହୁଥିବା ପ୍ରାୟ ୨୨ ହଜାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+