କିଡନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀ ଏବଂ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ସିଧାସଳଖ ଆଲୋଚନା

ଏସ୍.ସି.ବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ତରଫରୁ ନିୟମିତ ଭାବେ କରାଯାଉଥିବା ବ୍ୟବସ୍ଥାର ଏକ ଅଂଶ ଭାବେ ଆଜି ସ୍ଥାନୀୟ ଓଡ଼ିଶା ଔଷଧ ନିଗମ ପରିସରରେ ଏକ ସିଧାସଳ ଆଲୋଚନା ବୈଠକ ହୋଇଥିଲା ।

ଭୁବନେଶ୍ୱର : କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀମାନଙ୍କ ସହ ଅପରେସନ୍ ପରବର୍ତ୍ତୀ ଚିକିତ୍ସା, ସେବା ଓ ପରାମର୍ଶ ନିମନ୍ତେ ଏସ୍.ସି.ବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ତରଫରୁ ନିୟମିତ ଭାବେ କରାଯାଉଥିବା ବ୍ୟବସ୍ଥାର ଏକ ଅଂଶ ଭାବେ ଆଜି ସ୍ଥାନୀୟ ଓଡ଼ିଶା ଔଷଧ ନିଗମ ପରିସରରେ ଏକ ସିଧାସଳଖ ଆଲୋଚନା ବୈଠକ ହୋଇଥିଲା । ଏଥିରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ପ୍ରାୟ ୯୦ ଜଣ ରୋଗୀ ଏବଂ ତାଙ୍କର ଯତ୍ନନେଉଥିବା ନିକଟ ସଂପର୍କୀୟ ଯୋଗଦେଇଥିଲେ ।

ଏସ୍.ସି.ବି. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅଧ୍ୟକ୍ଷ ପ୍ରଫେସର ଲୁସୀ ଦାସ୍, ୟୁରୋଲୋଜି ବିଭାଗର ପ୍ରଫେସର ସମୀର ସ୍ୱାଇଁ, ନେଫ୍ରେଲୋଜି ବିଭାଗ ପ୍ରଫେସର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ରୋଗୀ ଅନାମିକା ସାହୁ, ପୂଜା ଦାସ, ଦେବୀ ପ୍ରସାଦ ମହାନ୍ତି, ଉମାକାନ୍ତ ସାହୁ, ସୁଚେତା ପରିଡ଼ା, ରଜନୀ ପାତ୍ର, ଆଶ୍ରିୟା ଆଦିନୀ, ଅଶୋକ କୁମାର ସାହୁ, ସନ୍ଧ୍ୟା ଦେବୀ, ପଦ୍ମଲୋଚନ ସ୍ୱାଇଁ, ପର୍ଶୁରାମ ଜେନା, ଦୀନେଶ ସେଠୀ, ସୁଜାତା ପରିଜା, ମିତ୍ରଭାନୁ ପ୍ରଧାନ ପ୍ରମୁଖ ଢ଼େଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କର ନିକଟ ସଂପର୍କୀୟମାନେ ନିଜ ନିଜର ମତାମତ ରଖିଥିଲେ ।

scb medical

ମୁଖ୍ୟତଃ ହସ୍ପିଟାଲ୍ରେ ଅପରେସନ୍ ପୂର୍ବବର୍ତ୍ତୀ ପରାମର୍ଶ ଓ ସାହାଯ୍ୟ, ଅପରେସନ୍ ସମୟରେ ଡାକ୍ତରଖାନାରେ ମିଳୁଥିବା ଡାକ୍ତର ଓ ନର୍ସମାନଙ୍କର ସେବା, ସଂପୂର୍ଣ୍ଣ ମାଗଣା ଅପରେସନ୍, ମାଗଣା ଔଷଧ, ଔଷଧର ଗୁଣବତ୍ତା, ହସ୍ପିଟାଲ୍ରୁ ମିଳୁଥିବା ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଥିଥିଲେ । କହିଲାବେଳେ ଅନେକ ରୋଗୀ ଆବେଗାତ୍ମକ ଭାବେ ଡାକ୍ତର ଓ ନର୍ସମାନଙ୍କଠାରୁ ମିଳିଥିବା ବାପା-ମା ପରି ବ୍ୟବହାର ଓ ଯତ୍ନ ନିମନ୍ତେ ନିଜର ଅଶେଷ କୃତଜ୍ଞତା ଜଣାଇଥିଲେ । ସମସ୍ତେ ମତ ଦେଇଥିଲେ ଯେ ଆମେ ପ୍ରାୟ ୧୦୦ଜଣ ରୋଗୀ ନିରାମୟ ଔଷଧ ନିୟମିତ ଖାଉଛୁ । ନିରାମୟ କାଉଣ୍ଟରରୁ ଥରକେ ମାସକ ପାଇଁ ଆଗୁଆ ଔଷଧ ସେମାନଙ୍କୁ ମିଳୁଛି । ଔଷଧ ବେଶ ଫଳପ୍ରଦ ହେଉଛି । ରୋଗୀମାନେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । ତାଙ୍କ ମଧ୍ୟରୁ କେତେଜଣ ନିଜ ନିଜ କାମରେ ଯୋଗ ଦେଲେଣି ।

ନିଗମର ଅଧ୍ୟକ୍ଷ ଶ୍ରୀମତୀ ପୋମା ଟୁଡ଼ୁ ନିରାମୟ ଓୗଷଧର ଉପଲବ୍ଧିତା, ଗୁଣବତ୍ତା ଓ ପାର୍ଶ୍ୱପ୍ରତିକ୍ରିୟା ବାବଦରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ । ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ '' ଏହି ଔଷଧ ଆମର ଜୀବନ ବଞ୍ଚାଇଛି । ଆମ ଦେହରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନାହିଁ '' ବୋଲି କହିଥିଲେ ।
ଏସ୍.ସି.ବି ରେ ଉଚ୍ଚମାନର ଚିକିତ୍ସା ଓ ଔଷଧ ଯୋଗାଣ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ ଓ ସୁବିଧା ଜନକ କରିବା ପାଇଁ ଆମେ ପ୍ରୟାସରତ ଅଛୁ ବୋଲି ଅଧ୍ୟକ୍ଷ ଡାକ୍ତର ଲୁସି ଦାସ କହିଥିଲେ । ତାଙ୍କର ସଂପର୍କୀୟ, ସାମାଜିକ ସଂଗଠନ ଓ ଗଣମାଧ୍ୟମଙ୍କର ସହଯୋଗ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସମୃଦ୍ଧ କରିବ ବୋଲି ପ୍ରଫେସର ସ୍ୱାଇଁ ଏବଂ ପ୍ରଫେସର ଆଚାର୍ଯ୍ୟ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+