ରାଜ୍ୟସଭା ପାଇଁ ମୁଁ ସ୍ୱାଧୀନ ପ୍ରାର୍ଥୀ କହିଲେ ଦିଲ୍ଲୀପ ରାୟ
ରାଜ୍ୟସଭା ନିର୍ୱାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ବଡ଼ ଘୋଷଣା କରିଛନ୍ତି।

ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି।
ତେବେ ପୂର୍ୱରୁ ଥରେ ବିଜେଡିକୁ ଚକମା ଦେଇ ରାଜ୍ୟ ସଭା ଯିବାର ଅଭିଜ୍ଞତା ରହିଛି। ଆଲୋଚନା ହେଉଛି କି ଦିଲୀପଙ୍କୁ ଭାଜପା ସମର୍ଥନ କରିପାରେ । କୁହାଯାଉଛି ଯେ ଦତ୍ତେଶ୍ୱରଙ୍କ ସହ ଦିଲୀପଙ୍କ ହୋଇପାରେ ଜୋରଦାର ଲଢେଇ। ରାଜ୍ୟ ସଭାର ୪ର୍ଥ ଆସନରେ ହୋଇପାରେ ରୋଚକ ଲଢେଇ।
ଏହାସହ ରାଜ୍ୟ ସଭା ସଂଖ୍ୟା ଗଣିତ କହୁଛି କି, ଭାଜପା ପାଖରେ ବଳକା ରହୁଥିବା ୨୦ ଜଣ ବିଧାୟକଙ୍କ ଭୋଟ ଦିଲୀପ ରାୟଙ୍କ ସମର୍ଥନରେ ଯିବ । ହେଲେ ବାକି ୧୦ ଜଣ ବିଧାୟକଙ୍କ ଭୋଟ ଦିଲୀପଙ୍କୁ ଯୋଗାଡ଼ କରିବାକୁ ପଡ଼ିବ । ସେପଟେ ବିଜେଡିର ୨ ଜଣ ବିଦ୍ରୋହୀ ବିଧାୟକଙ୍କ ଭୋଟ ଯଦି ଦିଲୀପଙ୍କ ସମର୍ଥନରେ ଯାଉଛି ତେବେ ବାକି ଭୋଟ ଯୋଗାଡ଼ କରିବାକୁ ଜୋରଦାର ଘୋଡ଼ା ବ୍ୟାପାର ହୋଇପାରେ ବୋଲି ଏବେଠାରୁ ଆଲୋଚନା ଜୋରି ଧରିଲାଣି ।












Click it and Unblock the Notifications