Get Updates
Get notified of breaking news, exclusive insights, and must-see stories!

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟ । ରାଜ୍ୟସଭା ଚତୁର୍ଥ ସିଟ୍‌କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଛି ।

Dilip Roy

ଉଭୟ ନେତାଙ୍କ ଭେଟଘାଟ ନେଇ ଚର୍ଚ୍ଚା ଜୋର ଧରିଛି । ଅଧା ଘଣ୍ଟାରୁ ଅଧିକ ସମୟ ଆଲୋଚନା କରି ବାହାରିଲେ ଦିଲ୍ଲୀପ ରାୟ । ତେବେ ଭେଟଘାଟ ନେଇ ଦିଲ୍ଲୀପ ରାୟ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆମ ଘର ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି । ପୂର୍ବରୁ ମଧ୍ୟ ସେ ଆମ ଘରକୁ ଆସନ୍ତି । ବାପା ବିଶ୍ଵଭୂଷଣ ହରିଚନ୍ଦନ ମଧ୍ୟ ମୋ ସହିତ ଅଛନ୍ତି ତାଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଗଣମାଧ୍ୟମ ଆଗରେ ଆଇନ ମନ୍ତ୍ରୀ କହିଥିଲେ, ଚତୁର୍ଥ ସିଟ୍ ବିଜେପି ହାତକୁ ଯିବ । ଜିତିବାର ରଣକୌଶଳ ଆମକୁ ଜଣାଅଛି କହିଥିଲେ । ଏହାପରେ ଏହି ଭେଟଘାଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+