ଭାରତୀୟ ଆଇନରେ ନାହିଁ ଡିଜିଟାଲ୍ ଆରେଷ୍ଟ ଶବ୍ଦ , ସତର୍କ ରହିବାକୁ ଓଡ଼ିଶା ପୋଲିସର ସୂଚନା
ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ 'ଏକ୍ସ' ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। କାରଣ ଆଜିକା ଦିନରେ ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି। ଆଉ ସେହି ମଧ୍ୟରୁ ଡିଜିଟାଲ୍ ଆରେଷ୍ଟ ଫଣ୍ଡା ଆପଣାଇ ଲୋକମାନଙ୍କୁ ହଇରାଣ କରୁଛନ୍ତି ସାଇବର ଅପରାଧି।

ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀ କହି ଲୋକଙ୍କୁ ଠକୁଛନ୍ତି। ତେଣୁ ଏପରି ଠକେଇ ପାଖରୁ ଦୂରେଇ ରହିବା ପାଇଁ ସତର୍କ କରାଯାଇଛି। ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କୁହାଯାଇଛି।












Click it and Unblock the Notifications