ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ : 'ରାମକୃଷ୍ଣ କହିଲେ ମୋ ପାଟିରୁ ଖସିଗଲା'
ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମୁଁ ଭୁବନେଶ୍ୱରରେ ମୂର୍ତ୍ତି ତିଆରି କରି ନେଇଥିଲି। ହେଲେ ମୋ ପାଟିରୁ ସେମିତି ଖସିଗଲା, ମୁଁ ଭୁଲରେ କହିଦେଲି ଯେ ବଳକା ଦାରୁରେ ତିଆରି ହୋଇଛି ବୋଲି। ହେଲେ ସେ ବାବଦରେ ମନ୍ଦିର ପ୍ରଶାସନ ତାଙ୍କୁ ସବିଶେଷ ବିବରଣୀ ମାଗିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମହାପ୍ରଭୁଙ୍କ ସେବକମାନେ ଅନ୍ୟ କୌଣସି ସ୍ଥାନରେ ଯାଇ ପୂଜା କରିବାର ବିଧି ନାହିଁ ଏବଂ ଏହା ଗ୍ରହଣଯୋଗ୍ୟ ନୁହେଁ। ତେଣୁ ସେନେଇ ଖୁବଶୀଘ୍ର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମହାପ୍ରଭୁଙ୍କ ବଳକା ଦାରୁ କାଠ ଯାଇ ଦୀଘା ପାଇଁ ମୂର୍ତ୍ତି ତିଆରି ହେବା କଥା ସମ୍ପୂର୍ଣ୍ଣ ମିଛ କୁହାଯାଇଥିଲା। ମହାରଣା ସେବାୟତଙ୍କ ସହ କଥା ହେବାପରେ ଏ କଥାରେ ସ୍ପଷ୍ଟତା ଆସିଛି। ସତ୍ତ୍ବଲିପି ଅନୁସାରେ ସମସ୍ତ ବଳକା ଦାରୁକାଠ ଦାରୁ ଘରେ ହିଁ ରହିବ।













Click it and Unblock the Notifications