ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ; ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
ପଶ୍ଚିମବଙ୍ଗ ଦୀଘା ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀଘା ମନ୍ଦିରକୁ 'ଜଗନ୍ନାଥ ଧାମ' ଉଲ୍ଲେଖ କରିବା ନେଇ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ଆରମ୍ଭ ହୋଇଥିବା ବିତର୍କ ଥମିନାହିଁ। ପୁରୀ ଜଗନ୍ନାଥ ଧାମକୁ ଇଜ୍ଜତ କରୁଛି ବୋଲି ଗତକାଲି ବୟାନ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଜିଦ୍ରେ ଅଟଳ ରହିଥିବା ଦେଖିବାକୁ ମିଳିଛି। 'ଜଗନ୍ନାଥ ଧାମ' ଲିଖିତ ଫଳକ କାଢ଼ିବା ବଦଳରେ ଦୀଘା ମନ୍ଦିରରେ ଏହାକୁ ସ୍ଥାୟୀ ଭାବେ ଲଗାଯାଇଥିବା ଦେଖିବାକୁ ମିଳିଛି।

ତେବେ ଏସବୁ ମଧ୍ୟରେ ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା। ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ଥିବାରୁ ସେ ପ୍ରଶ୍ନ ଉଠାଇଲେ। ଏଥିସହ ନୂଆ ମନ୍ଦିରରେ ସେବା ପୂଜା କରୁଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ଗୋବର୍ଦ୍ଧନ ପୀଠ ଏବଂ ଜୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିସାରିଛନ୍ତି। ପୁରୀ ହେଉଛି ଜଗନ୍ନାଥ ଧାମ , ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ। ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ଦେଇ ସାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏପରି ସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଟ୍ରଷ୍ଟରେ ଇସ୍କନ୍ ପ୍ରତିନିଧି ଅଛନ୍ତି।












Click it and Unblock the Notifications