ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ' ନୁହେଁ; ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା
ଦୀଘା ଜଗନ୍ନାଥ ମନ୍ଦିର 'ଜଗନ୍ନାଥ ଧାମ' ନୁହେଁ । ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି। ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା । ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ ବାରଣ। ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ।

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ତେବେ ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ କହିଛନ୍ତି, "ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ।" ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ କି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ତୁମେ କେତେ ଜଗନ୍ନାଥପ୍ରେମୀ ଆମେ ଦେଖିଛୁ । କେତେ ଜଗନ୍ନାଥ ଭକ୍ତଙ୍କ ଉପରେ ପଶ୍ଚିମବଙ୍ଗରେ ପ୍ରତିଦିନ ଆକ୍ରମଣ ହେଉଛି, କେତେ ମାତା ସୁଭଦ୍ରା ପଶ୍ଚିମବଙ୍ଗରେ ଅତ୍ୟାଚାରର ଶିକାର ହେଉଛନ୍ତି ।" କେତେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଭୋଟ୍ ପାଇଁ ପଶ୍ଚିମବଙ୍ଗରେ ପୁରାଉଛ ବୋଲି ପ୍ରଶ୍ନ କରି ମମତାଙ୍କୁ ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ ।
ମନ୍ଦିର ନିର୍ମାଣ କରିବା ସ୍ୱାଗତ ଯୋଗ୍ୟ । କିନ୍ତୁ ସେଇଟା ଶ୍ରୀକ୍ଷେତ୍ର ନୁହେଁ । ଚାରି ଧାମ ଭିତରୁ ଶ୍ରୀକ୍ଷେତ୍ର ପୁରୀ ଗୋଟିଏ ଧାମ । ତୁମେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ ବୋଲି ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ । ତୁମେ କେତେ ଜଗନ୍ନାଥ ପ୍ରେମୀ ଆମେ ଦେଖିଛୁ, କେତେ ଜଗନ୍ନାଥ ଭକ୍ତଙ୍କ ଉପରେ ପଶ୍ଚିମବଙ୍ଗରେ ପ୍ରତିଦିନ ଆକ୍ରମଣ ହେଉଛି, କେତେ ମାତା ସୁଭଦ୍ରା ପଶ୍ଚିମବଙ୍ଗରେ ଅତ୍ୟାଚାରର ଶିକାର ହେଉଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ରାସନ କାର୍ଡ ଦେଉଛ, ଭୋଟର ତାଲିକାରେ ସେମାନଙ୍କ ନାଁ ପୁରାଉଛ । ଯେଉଁ ପଶ୍ଚିମବଙ୍ଗ ଦିନେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ କ୍ରାନ୍ତିକାରୀ ସୃଷ୍ଟି କରୁଥିଲା, ସେହି ପଶ୍ଚିମବଙ୍ଗ ଆଜି ଆତଙ୍କବାଦୀମାନଙ୍କ ଏନ୍ତୁଡ଼ିଶାଳରେ ପରିଣତ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଓଡ଼ିଶାକୁ ଆସୁଛନ୍ତି । ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।












Click it and Unblock the Notifications