ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗ; ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା, ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ
ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା। ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀଙ୍କ ପ୍ରତିକ୍ରିୟା । ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ ।
ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବା ଠିକ୍ ନୁହେଁ ।

ଜିଦ୍ରେ ଅଟଳ ମମତା ବାନାର୍ଜୀ: ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରେ ପୁଣି ଲାଗିଲା ଜଗନ୍ନାଥ ଧାମ ଲେଖାଥିବା ପୋଷ୍ଟର
ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା ।
୩୦ ତାରିଖ ଉଦ୍ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । କିନ୍ତୁ ପ୍ରକୃତରେ ତାହା ସ୍ଥାୟୀ ନଥିଲା, କେବଳ ଦୁଇ ଦିନ ପାଇଁ ଟେଣ୍ଡ୍ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ ।
ତେବେ ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି ।












Click it and Unblock the Notifications