ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା

ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା। ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା ।ଅନଲାଇନରେ ଏତଲା ଦେଲେ ଆର୍‌ଟିଆଇ କର୍ମୀ ଜୟନ୍ତ ଦାସ। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଦାରୁ ନେଇଥିବା ଅଭିଯୋଗ ।

digha jagannath dham issue

ପଶ୍ଚିମବଙ୍ଗର ଦୀଘାରେ 'ଜଗନ୍ନାଥ ଧାମ' ଲେଖିବା ପ୍ରସଙ୍ଗରେ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ପ୍ରଶଂସାଯୋଗ୍ୟ, କିନ୍ତୁ ଏହାକୁ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ଲାଗି ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ବିନମ୍ର ଅନୁରୋଧ କରିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି।

ଗତ କିଛିଦିନଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନ ଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚା ବିଷୟ ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥାଗୁଡ଼ିକ ଜଗନ୍ନାଥପ୍ରେମୀ, ଭକ୍ତ ସମାଜ ଓ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+