ଭୁବନେଶ୍ୱର ରେଳ ଷ୍ଟେସନକୁ ଆସି ପାରୁନି ଟ୍ରେନ : ବଦଳିଲା ୧୧ ଟ୍ରେନର ଷ୍ଟେସନ
ଆସୁନାହିଁ ଟ୍ରେନ । ଯାତ୍ରୀ ହନ୍ତସନ୍ତ । ଭୁବନେଶ୍ୱର ରେଳ ଷ୍ଟେସନକୁ ଆସୁନାହିଁ କୌଣସି ଟ୍ରେନ । ଗତକାଲି ଅପରାହ୍ନ ସାଢେ ୪ଟାରୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି । ଇଣ୍ଟରଲକିଂ ଓ ସିଗନାଲିଂ ପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ତେଣୁ ଟ୍ରେନ ବାଧାପ୍ରାପ୍ତ ହୋଇଛି ।
ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍, ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ଓ ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଷ୍ଟେସନ ବଦଳରେ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେଠାରୁ ହିଁ ଛାଡ଼ିବ ।
ସେହିପରି କଟକ-ଗୁଣୁପୁର-କଟକ, ଭୁବନେଶ୍ବର-ନୂଆଗାଁ ରୋଡ୍-ଭୁବନେଶ୍ବର, କଟକ-ପଲାସା-କଟକ ଏକ୍ସପ୍ରେସ୍, ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଏକ୍ସପ୍ରେସ୍ ୨୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଚଳାଚଳ କରିବ ।

ସେହିପରି ଭୁବନେଶ୍ବର-ସିଏସ୍ଏମ୍ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ଚଳାଚଳ କରିବ ।
ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ୪ଟାରେ ଭୁବନେଶ୍ବର ରେଳ ଷ୍ଟେସନକୁ ଟ୍ରେନ୍ ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ରାତି ପ୍ରାୟ ୯ଟା ବେଳକୁ ଷ୍ଟେସନରେ ଟ୍ରେନ୍ ସେବା ସ୍ବାଭାବିକ ଅବସ୍ଥାକୁ ଫେରିଥିଲା । ରାତି ୮:୪୫ ପର୍ଯ୍ୟନ୍ତ ଷ୍ଟେସନ୍କୁ ଟ୍ରେନ୍ ନ ଆସିବାରୁ ହଜାର ହଜାର ଯାତ୍ରୀ ଅପେକ୍ଷା କରି ରହିଥିଲେ । ଏହି ସମୟ ମଧ୍ୟରେ ଟ୍ରେନ୍ ଚଳାଚଳ ନେଇ ଯାତ୍ରୀମାନଙ୍କ ପାଖରେ ଠିକ୍ ସୂଚନା ନଥିବାରୁ ସେମାନେ ଷ୍ଟେସନରେ ଅପେକ୍ଷା କରି ରହିଥିଲେ ।
ଭୁବନେଶ୍ୱର- ମଞ୍ଚେଶ୍ୱର୍ ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଛି । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନାହିଁ । ଫଳରେ ଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ଆସନ୍ତାକାଲି ଯାଏଁ ଏହି ସମସ୍ୟା ଲାଗି ରହିବ । ତେବେ ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।












Click it and Unblock the Notifications