ହୁ ହୁ ହୋଇ ବଢୁଛି ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ ରେଟ୍
ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୬୯ ଏବଂ ଡିଜେଲ ଦାମ ୮୧.୯୬ ଟଙ୍କା ପ୍ରତି ଲିଟର ରହିଛି ।
ଭୁବନେଶ୍ବର: ସାରା ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ବୃଦ୍ଧି ପାଇବା ସହ ସିଧା ଏହାର ପ୍ରଭାବ ପଡିଛି ଗାଡିଚାଳକଙ୍କ ପଟେକ ଉପରେ । ମଙ୍ଗଳବାର ଡିଜେଲ ଏବଂ ପଟ୍ରୋଲ ଦାମରେ ୨୫ ପଇସା ଲେଖାଏଁ ବୃଦ୍ଧି ଘଟାଇଛନ୍ତି ତେଲ କମ୍ପାନୀ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲେ ସୁଦ୍ଧା ତେଲ କମ୍ପାନୀମାନେ ତୈଳ ଦର ବୃଦ୍ଧି କରିଛନ୍ତି ।

ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୫.୨୧ ଏବଂ ଡିଜେଲ ଦାମ ୭୫.୩୮ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୬୯ ଏବଂ ଡିଜେଲ ଦାମ ୮୧.୯୬ ଟଙ୍କା ପ୍ରତି ଲିଟର ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ୯୧.୮୦ ଏବଂ ଡିଜେଲ ଦାମ ୮୨.୧୩ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୬୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୬୩ ଏବଂ ଡିଜେଲ ଦାମ ୭୮.୯୭ ଟଙ୍କା ପ୍ରତି ଲିଟର ରହିଛି ।












Click it and Unblock the Notifications