ଦିଦି ଦେଉନାହାନ୍ତି ଆଳୁ, ଏପଟେ ରାଜ୍ୟରେ ଆଳୁକୁ ନେଇ ଖାଉଟି ଚିନ୍ତାରେ
ଏବେବି ରାଜ୍ୟରେ ଏବେ ବି ଜାରି ରହିଛି ଆଳୁ ସଙ୍କଟ। କିଛି ସ୍ଥାନରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଅନେକ ସ୍ଥାନରେ ମାର୍କେଟ୍ରୁ ଆଳୁ ଉଭାନ ହୋଇଗଲାଣି।

ଆଜି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣରେ ଆଳୁ ନପହଞ୍ଚେ ତେବେ ବଜାରରେ ଆହୁରି ଚଢାଦରରେ ଆଳୁ ବିକ୍ରି ହେବ। ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ଚୋରାରେ ଓଡ଼ିଶାକୁ ଆସୁଛି ଆଳୁ। ସେହିଭଳି କିଛି ଗାଡି ରାଞ୍ଚି ଦେଇ ଆସୁଥିବାରୁ ଆଳୁ ଯୋଗାଣ ବିଳମ୍ବିତ ହେଉଛି।
ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ ଆସୁନଥିବାରୁ ଓଡ଼ିଶାରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢୁଛି। ଗତକାଲି କିଛି ସାମଜିକ ସଂଗଠନର କର୍ମୀମାନେ ମଙ୍ଗଳୁ ଛକ ନିକଟରେ ପଶ୍ଚିମବଙ୍ଗକୁ ବିଭିନ୍ନ ଖାଦ୍ୟ ସାମ୍ରଗୀ ଯାଉଥିବା ଟ୍ରକକୁ ଅଟକାଇଥିଲେ। ଅଣ୍ଡା ଓ ମାଛ ବୋଝେଇ ଟ୍ରକ୍ ମଧ୍ୟ ଅଟକାଇଥିଲେ ଆନ୍ଦୋଳନକାରୀ। ଆଗକୁ ପଶ୍ଚିମବଙ୍ଗକୁ ଯାଉଥିବା କୌଣସି ଗାଡ଼ି ଓଡ଼ିଶା ଦେଇ ଛଡ଼ାଯିବ ନାହଁ ବୋଲି ଚେତାବନୀ ଦେଇଛନ୍ତି।












Click it and Unblock the Notifications