ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ଓ ଏସପିଙ୍କ ଆଗରେ ବିଷ ପିଇଲେ ଦିବ୍ୟାଙ୍ଗ
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋଜି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ ଶ୍ରବଣା ବିବେକ୍ ଏମ୍ ସୋମବାର ମିଳିତ ଭାବେ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ଜଣେ ଦିବ୍ୟାଙ୍ଗ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋଜି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ ଶ୍ରବଣା ବିବେକ୍ ଏମ୍ ସୋମବାର ମିଳିତ ଭାବେ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ଜଣେ ଦିବ୍ୟାଙ୍ଗ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଜମି ଡିମାର୍କେସନ ପାଇଁ ଯୁବକ ଜଣକ ବାରମ୍ବାର ଗୁହାରୀ କରିବା ସତ୍ତ୍ବେ କେହି ଶୁଶୁ ନ ଥିବା ଅଭିଯୋଗ କରିବା ପରେ ସେ ବିଷ ପିଇଦେଇଥିବା କୁହାଯାଉଛି । ସୋମବାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିଲା ମିଳିତ ଜନ ଶୁଣାଣି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅଧିକାଂଶ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏ ସମ୍ପର୍କରେ ଜାଣିପାରି କୁଶପଡ଼ା ବ୍ଲକ ପତାଣ୍ଡ ପୋଷ୍ଠ ଗାଁର ବାଳକୃଷ୍ଣ ଦୋରା ଗୁହାରି କରିବାକୁ ଆସିଥିଲେ। ନିଜ ଜମିକୁ ପଡ଼ୋଶୀ ଜବଦସ୍ତ ମାଡ଼ି ବସି ଘର ନିର୍ମାଣ କରିଥିବା ନେଇ ସେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଏହି ଜମିକୁ ଫେରାଇ ଆଣିବା ପାଇଁ ଡିମାର୍କେସନ୍ କରିଥିଲେ। ଆର୍ଆଇ ଜମି ମାପିବାକୁ ଆସି ଲାଞ୍ଚ ମାଗିଥିବା ଜିଲ୍ଲାପାଳଙ୍କଠାରେ ବାଳକୃଷ୍ଣ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସବୁ କଥା ଶୁଣିବା ପରେ ବାଳକୃଷ୍ଣ ବାହାରକୁ ଆସି ପାଖରେ ରଖିଥିବା ବିଷ ପିଇ ଦେଇଥିଲେ।
ବିଷ ପଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦିବ୍ୟାଙ୍ଗ ଜଣଙ୍କ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଆବେଦନରୁ ଜଣାପଡିଛି ଯେ, ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଲାଞ୍ଚ ଦେଇପାରି ନ ଥିବାରୁ, ତାଙ୍କ ଘରର ଜାଗା ସଠିକ୍ ଭାବରେ ଚିହ୍ନଟ ହୋଇପାରୁ ନଥିଲା। ତେଣୁ ସେ ବାଧ୍ୟ ହୋଇ ବିଷ ପିଇ ଆତ୍ମହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।












Click it and Unblock the Notifications