ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ ଅନେକ ମେଡ଼ିକାଲରେ ଭର୍ତ୍ତି

ଆଉ କିଛି ମାସ ପରେ ଆରମ୍ଭ ହୋଇଯିବ ପୁରୀ ବିଶ୍ଵ ପ୍ରସିଦ୍ଧ ଯାତ୍ରା । ଦୁଇ ମହିଳାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖ ବରାହୀ ଲେନ୍‌, ଶ୍ୱେତଗଙ୍ଗା ଲେନ୍‌ ଏବଂ ଶ୍ୟାମାକାଳୀ ସାହିର ବହୁ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେତେକ ପରିବାରରେ ଦୁଇ ତିନିଜଣ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। ବରାହୀ ଗଳିର ଦାମୋଦର ପଣ୍ଡା ଏବଂ ଶ୍ୱେତଗଙ୍ଗା ଲେନ୍‌ର ଶଶୀମଣି ଦାସୀଙ୍କ ମୃତ୍ୟୁ ହୋଇଛି।

puri

ସେହିପରି ଶ୍ୟାମାକାଳୀ ସାହିର ଆଉ ଜଣେ ମହିଳାଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ସଂକ୍ରମିତ ଜିଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ଘରୋଇ ନର୍ସିଂହୋମ ଏବଂ ଘରେ ରହି ଚିକିତ୍ସିତ ହେଉଛନ୍ତି।
ରାସ୍ତାତଳ ଦେଇ ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ୍‌ରେ ନଳାପାଣି ଏବଂ ପଙ୍କ ମିଶୁଥିବାରୁ ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି।

ସାହିଯାତ ସମୟରେ କିଛି ବ୍ୟକ୍ତି ଦୂଷିତ ଖାଦ୍ୟ ଏବଂ ପାଣି ବ୍ୟବହାର କରିବାରୁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ୫ରୁ ୭ଜଣ ଝାଡାବାନ୍ତି ସଂକ୍ରମିତ ଜିଲା ସଂକ୍ରାମକ ରୋଗ ଚିକିତ୍ସାଳୟକୁ ଯାଉଥିବା ସେ କହିଛନ୍ତି। ସେମାନଙ୍କୁ ମାଗଣାରେ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+