ବ୍ୟାପିଲାଣି ଡାଇରିଆ: ଏସସିବିରେ ଜଣେ ରୋଗୀଙ୍କ ମୃତ୍ୟୁ
କଟକ ଏସସିବି ମେଡିକାଲରେ ଜଣେ ହଇଜା ରୋଗୀଙ୍କର ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଯାଜପୁର ଜିଲାର ସୁକିନ୍ଦା ଅନ୍ତର୍ଗତ ହାତୀବାରିର ବସନ୍ତ ବାରିକ। କିଛି ଦିନ ତଳେ ବସନ୍ତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା। ହେଲେ ଏଠାରେ ତାଙ୍କର ମୃତ୍ୟୁ ଘଟିଛି। ଏସସିବିରେ ଆଉ ୨୭ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି।












Click it and Unblock the Notifications