ଡାଇରିଆ ଲକ୍ଷଣ ଓ ପ୍ରତିରୋଧ: ମନେ ରଖନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କଥା...
ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ମଧ୍ୟ ଡାଇରିଆ ଆତଙ୍କ ଦେଖା ଦେଇଛି । ତେଣୁ ଏହି ମାରାତ୍ମକ ରୋଗର ଲକ୍ଷଣ ଓ ପ୍ରତିରୋଧ ବିଷୟରେ ଆମେ ଆପଣଙ୍କୁ ଦେବୁ ସବିଶେଷ ତଥ୍ୟ ।
ଭୁବନେଶ୍ୱର: ରାଜ୍ୟରେ ଏବେ ମୈାସୁମୀ ବର୍ଷା ଲାଗି ରହିଥିବା ବେଳେ ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ ଓ ଚିକେନ୍ ଗୁନିଆ ରୋଗ ବ୍ୟାପିବାର ଅଧିକ ଆଶଙ୍କା ରହିଛି । ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ମଧ୍ୟ ଡାଇରିଆ ଆତଙ୍କ ଦେଖା ଦେଇଛି । ତେଣୁ ଏହି ମାରାତ୍ମକ ରୋଗର ଲକ୍ଷଣ ଓ ପ୍ରତିରୋଧ ବିଷୟରେ ଆମେ ଆପଣଙ୍କୁ ଦେବୁ ସବିଶେଷ ତଥ୍ୟ ।

ଡାଇରିଆ ଲକ୍ଷଣ:
- ଦିନକୁ ୩ ଥର ବା ତା'ଠାରୁ ଅଧକ ପତଳା ଝାଡା ହେବା ।
ଦେହହାତ ଘୋଳାବିନ୍ଧା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖଯିବା ।
ଅଧିକ ଶୋଷ ଲାଗିବା ଓ ପରିସ୍ରା କମ୍ ହେବା ।
ତେବେ ଏପରି କ୍ଷେତ୍ରରେ ତୁରନ୍ତ ଆଶା କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କୁ ସୂଚନା ଦେବା ସହିତ ଓଆରଏସ୍ କିମ୍ବା ଘରେ ମିଳୁଥିବା ତୋରାଣି, ପଇଡ ପାଣି, ଚିନି ଲୁଣ ସର୍ବତ ଆଦି ଯଥେଷ୍ଟ ପରିମାଣରେ ପିଇଅନ୍ତୁ ।
ଡାଇରିଆ ପ୍ରତିରୋଧ:
-
କରନ୍ତୁ:
- ବାହାରେ ଝାଡା ନଯାଇ କେବଳ ପାଇଖାନା ବ୍ୟବହାର କରନ୍ତୁ ।
ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ ।
ଶୌଚ ପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ ।
କେବଳ ଗଭୀର ନଳକୂଅ ପାଣି, ହାଲୋଜେନ ବଟିକା ପଡିଥିବା ପାଣି କିମ୍ବା ଫୁଟା ପାଣି ପିଅନ୍ତୁ ।
ତରଳ ଝାଡା ସମୟରେ ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଓଆରଏସ୍ କିମ୍ବା ଘରେ ମିଳୁଥବା ତୋରାଣି, ପଇଡ ପାଣି, ଚିନି ଲୁଣ ସର୍ବତ ଆଦି ପିଅନ୍ତୁ ।
ପିଇବା ପାଣି ପାତ୍ରରେ ହାତ ନବୁଡାଇ ଡଙ୍କି ବ୍ୟବହାର କରନ୍ତୁ ।
ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ।
କରନ୍ତୁ ନାହିଁ :
- ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣି ପିଅନ୍ତୁ ନାହିଁ ।
କୃଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫା କରନ୍ତୁ ନାହିଁ ।
ବାସି, ପଚାସଢ଼ା ବା ମାଛିବସା ଖାଦ୍ୟ ଖାଆନ୍ତୁ ନାହିଁ ।
ଝାଡା ରୋଗୀର ଅପରିଷ୍କାର ଲୁଗାପଟା ନଦୀ, ପୋଖରୀ ଆଦିରେ ଧୁଅନ୍ତୁ ନାହିଁ ।












Click it and Unblock the Notifications