ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗିନ୍ , ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
Diarrhea situation is now under control : ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ମଧ୍ୟ ଡାଇରିଆ ଆତଙ୍କ ଦେଖା ଦେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗିନ୍ , ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ସୋନପୁର: ରାଜ୍ୟରେ ଅନେକ ଜିଲ୍ଲାରେ ଏବେ ବର୍ଷାଦିନ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି । ଆଜି ସୁବର୍ଣ୍ଣପୁରରେ ଜିଲ୍ଲାର ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଇଛି । ଧନଦେଇ ସାହୁଙ୍କ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତରଭା ଥାନା ସୁର୍ଜିମୁଣ୍ଡା ଗାଁରେ ୨୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।

ଗାଁର ସ୍ଥିତିକୁ ନଜରରେ ରଖି ଗାଁରେ ଅସ୍ଥାୟୀ ସ୍ୱାସ୍ଥ କ୍ୟାମ୍ପ କରି ଚିକିତ୍ସା କରାଯାଉଛି । ପାନିୟ ଜଳରୁ ଡାଇରିଆ ବ୍ୟାପୁଛି ବୋଲି ଅନୁମାନ କରୁଛି ସ୍ୱାସ୍ଥ୍ୟ ବିଭାଗ । ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଗାଁରେ ଔଷଧ ବାଣ୍ଟିବା ସହ ସଫାସୁତରା ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ଗାଁର ନଳକୂପ ଓ କୂଅର ପାଣିକୁ ପରୀକ୍ଷା କରିବା ପାଇଁ ଲ୍ୟାବକୁ ପଠାଯାଉଛି ରିପୋର୍ଟ ଆସିବା ପରେ ହିଁ ଛାଡ଼ାବାନ୍ତିର କାରଣ ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି ମେଡିକାଲ୍ ଅଧିକାରୀ ।

ଅନ୍ୟପଟେ ଝାରସୁଗୁଡ଼ା ୧୩ ନମ୍ବର ୱାର୍ଡ ଦେବାଡ଼ିହିଠାରେ ଝାଡ଼ାବାନ୍ତିରେ ବାପ ପୁଅଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀ ପ୍ରସାଦ ପ୍ରଧାନ । ପୁଅର ଦାହ ସଂସ୍କାର ପରେ ପିତା ଝାଡ଼ାବାନ୍ତିରେ ହୋଇଥିଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ ବଇଦପଡ଼ାର ପ୍ରାୟ ୧୦ ରୁ ଅଧିକ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୫ରୁ ଅଧିକ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।













Click it and Unblock the Notifications