ଡାଇରିଆ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି , ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି
Diarrhea Situation Is Now Control : ଡାଇରିଆ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି
ଭୁବନେଶ୍ୱର: ଦୈନିକ ନୂଆ ଝାଡ଼ାବାନ୍ତି ମାମଲା କମୁଛି । ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି । ରାଜ୍ୟର ୭ଟି ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଛି ।ଏଥିରେ ରାଜ୍ୟରେ ମୋଟ୍ ୪୩୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି । ଡାଇରିଆ ସ୍ଥିତି ନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟର ରୟାଗଡ଼ା କାଶୀପୁର ବ୍ଲକରେ ପ୍ରଥମ ଥର ଜୁଲାଇ ୧୩ ତାରିଖରେ ଝାଡ଼ାବାନ୍ତି ରୋଗୀ ଚିହ୍ନ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କାଶୀପୁରରେ ୫ଟି ପଞ୍ଚାୟତର ୧୧ଟି ଗ୍ରାମର ୧୧୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଏଥି ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

ଟିକିରି ଡାକ୍ତରଖାନାରେ ୧୦, କାଶୀପୁରର ଡାକ୍ତରଖାନାରେ ୧୩, ଉତ୍କଳ ଆଲୁମିନା ଚିକିତ୍ସା କେନ୍ଦ୍ରରେ ୧୪ଜଣ , ଉତ୍କଳ ଆଲୁମିନା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୮ ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଫିଲ୍ଟ ଭିଜିଟ କରି ସମୀକ୍ଷା କରୁଛନ୍ତି । ୬ ଜଣ ଡାକ୍ତର ଓ ଜିଲ୍ଲାର ମହାମାରୀ ନିୟନ୍ତ୍ରଣ ଟିମ ସେଠି ପହଁଚି କାମ କରୁଛନ୍ତି ।ଏହା ସହ ୮ଟି ମୋବାଇଲ ଟିମ ମଧ୍ୟ ନିୟୋଜିତ ଅଛନ୍ତି । ମୋଟ ୨୦୨ ଜଳ ନମୁନା, ୧୭୪ଟି ମଳ ନମୁନା ପରୀକ୍ଷଣ କରାଯାଇଛି । ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପରିମାଣର ଔଷଧ ଓ ଅନ୍ୟାନ୍ୟ ସଂରଜାମ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଉଛି ବୋଲି ଗୃହରେ ବିବୃତି ରଖଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ବ୍ଲକକର ୫ଟି ଗାଁର ୮୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୭୬ ଜଣ ସୁସ୍ଥ ହେବା ସହ ୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲାରେ ଗତ ଦୁଇଦିନ ହେଲା କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନାହଁନ୍ତି । ଜୁଲାଇ ୧୧ ତାରିଖ ପରଠାରୁ ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ତି ବ୍ଲକର ୨ଟି ଗାଁର ୪୪ ଜଣ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୪୧ ଜଣ ସୁସ୍ଥ ହୋଇଥିବାର ସୂଚନା ରହିଛି । ହେଲେ ୩ ଦିନ ଧରି କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନାହଁନ୍ତି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀ ଓ ତରଭା ବ୍ଲକରୁ ୬୪ ଜଣ ରୋଗୀ ବାହାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଗଜପତି ଦିଲ୍ଲା ମୋହନା ବ୍ଲକର ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ନୂଆପଡ଼ ଜିଲ୍ଲା କୋମନା ବ୍ଲକର ଗୋଟିଏ ଗ୍ରାମରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଝାରସୁଗୁଡ଼ା ଜିଲ୍ଲା ୱାର୍ଡ ନଂ ୧୩ ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି













Click it and Unblock the Notifications