ଯାଜପୁରରେ ଝାଡାବାନ୍ତି ଆତଙ୍କ, ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ ଘଟଣା ଚିନ୍ତା ବଢାଇଥିବା ବେଳେ ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାଜପୁର ଜିଲ୍ଲାର ବଡ଼ଚଣା ମେଡିକାଲ ଗସ୍ତ କରି ସ୍ବାସ୍ଥ୍ୟମନ୍ତ୍ରୀ ସ୍ଥିତି ପରଖିଛନ୍ତି । ବଡ଼ଚଣା ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ।

MUKESH MAHALING

ବଡ଼ଚଣା ମେଡିକାଲରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେନେଇ ରୋଗୀ ମାନଙ୍କୁ ମନ୍ତ୍ରୀ ପଚାରି ବୁଝିଥିଲେ । ମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଯାଜପୁର ସିଡିଏମ୍‌ଓ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହାପରେ ଜିଲ୍ଲାର ବିଭିନ୍ନ ମେଡିକାଲଗସ୍ତ କରିବେ ସ୍ବାସ୍ଥ୍ୟମନ୍ତ୍ରୀ । କଲେରା ପାଇଁ ବ୍ୟସ୍ତ ହେବାର ନାହିଁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଯେଉଁମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ସେମାନେ ତୁରନ୍ତ ମେଡିକାଲ ଆସି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହୁଅନ୍ତୁ । ଅନ୍ୟପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ହୋଇନାହିଁ । ଏବେବି ନୂଆ ରୋଗୀ ଆସୁଛନ୍ତି । ଯେବେ ରୋଗୀ ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ସେତେବେଳେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+