ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ, ୮ ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ 8 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବାଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ବ୍ୟାପୁଛି ଝାଡ଼ାବାନ୍ତି। ଏହି ଘଟଣାକୁ ନେଇ ପରିମଳ ବ୍ୟବସ୍ଥା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ଅଞ୍ଚଳବାସୀଙ୍କ ଦାବି।

Ganjam

ଗତ ୪ ଦିନ ହେଲା ଅଞ୍ଚଳରେ ବର୍ଷା ଲାଗି ରହିଛି । ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ CDMO, ADMOଙ୍କ ସହ ବ୍ରହ୍ମପୁର ଜିଲ୍ଲାପାଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ହଇଜାର କୌଣସି ଲକ୍ଷଣ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଗୁରୁବାର ଗ୍ରାମର ଦାସ ଶବର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେ ସୋମବାର ପ୍ରକାଶ ରଇତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୂର୍ବରୁ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହେଇଥିଲା ।

ବର୍ତ୍ତମାନ ଦିଗପହଣ୍ଡିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଗ୍ରାମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ ଏଡିଏମ୍‌ଓ ପ୍ରମୋଦ କୁମାର ପୃଷ୍ଟି ଓ ଆରଡବ୍ଲୁଏସଏସ ନିର୍ବାହଯନ୍ତ୍ରୀ ବିକାଶ କୁମାର ପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+