ଡାଇରିଆ ଆତଙ୍କ; ୧୫ ଅସୁସ୍ଥ, ନଦୀ ଘାଟ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା

ପୁରୀ ଜିଲ୍ଲା କଣାସରେ ଡାଇରିଆ ଆତଙ୍କ। ଦୟାନଦୀର ତଳିଆ ଓ ଉପର ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଏବେ ସୁଦ୍ଧା ୧୫ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କୁ ପୁରୀ ଓ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

puri

ବ୍ୟବହାର ଯୋଗ୍ୟ ନୁହେଁ ଦୟା ନଦୀ ପାଣି । ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ତତ୍ପର ହୋଇଛି ପ୍ରଶାସନ । ଦୟା ନଦୀ ଜଳକୁ ଆଦୌ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଦୟା ନଦୀ ଜଳ ପରୀକ୍ଷା ପରେ ସମ୍ପୂର୍ଣ୍ଣ ପ୍ରଦୁଷିତ ଓ ପାନୀୟ ଉପଯୋଗୀ ହୋଇନଥିବା ଜଣାପଡ଼ିଛି । ନଦୀ ଘାଟ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରାଯାଇଛି ।

ସେଥିପାଇଁ ନଦୀ ପାଣି ଆଦୌ ବ୍ୟବହାର ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ଆଜି ନଦୀ କୂଳରେ ବାଡ଼ ପକାଯିବ । ୪ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ଘଟଣାସ୍ଥଳକୁ ଏଡ଼ମିଏଓ ଓ ଭେଷଜ ବିଶେଷଜ୍ଞ ଗସ୍ତ କରିଛନ୍ତି ।

ତେବେ ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟ ହୋଇଛି ନାଁ ନାହିଁ ତାହା ସବିଶେଷ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସିଡିଏମଓ କହିଛନ୍ତି । ଗତକାଲି ଅତିରିକ୍ତ ଜିଲ୍ଲାପାଳ, ଏଡିଏମ ,ସିଡିଏମଓଙ୍କ ସହ ବିଭିନ୍ନ ଅଧିକାରୀଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+