ଝାଡ଼ାବାନ୍ତି ନେଉଛି ଜୀବନ; ୫ ମୃତ, ଶତାଧିକ ଆକ୍ରାନ୍ତ
ରାଉରକେଲା: ଝାଡ଼ାବାନ୍ତି ନେଉଛି ଜୀବନ । ରାଉରକେଲା ସହରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ବୃଦ୍ଧଙ୍କ ଦେହାନ୍ତ ହୋଇଛି । ତେବେ ଏହି ଘଟଣା ପରେ ଲୋକେ ଭୟଭୀତ ହୋଇଛନ୍ତି ।
ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେଥିରୁ ୩ ଜଣ ମହିଳା ଅଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ବର୍ତ୍ତମାନ୍ ୧୧୬ ଜଣ ଚିକିତ୍ସାଧୀନ ଅଛନ୍ତି । ସହରର ପାନପୋଷ , ଛେଣ୍ଡ କଲୋନୀ, ଉଦିତ୍ ନଗର, ବାସନ୍ତୀ କଲୋନୀ, ସହ ବିଭିନ୍ନ ବସ୍ତି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଛି । କେଉଁ କାରଣରୁ ହଠାତ ଏଭଳି ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନାହିଁ ।କିଛି ଲୋକ ଭଲ ହୋଇ ଘରକୁ ଫେରିଥିବା ବେଳେ ନୂଆ ରୋଗୀ ଭର୍ତ୍ତି ହେଉଥିବାରୁ ଚିନ୍ତା ବଢ଼ିଛି।
ଗତ ସପ୍ତାହରୁ ସହରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ସୁଦ୍ଧା ୧୦୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ୍ ଏହି ସଂଖ୍ୟା ୧୧୬କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯିବା ସହ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

ପ୍ରତିଦିନ ୨୦ରୁ ୨୫ ରୋଗୀ ଚିହ୍ନଟ ହେଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ କହିବା କଥା ସହରର ସପ୍ଲାଇ ପାଣି ପିଇବା ପରେ ଝାଡ଼ା ଓ ବାନ୍ତି ହେବା ସହ ପେଟ ମୋଡ଼ା, ପେଟ ଜଳା ହେଉଛି । ଆଉ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସହରରେ ଏଭଳି ରୋଗକୁ ନେଇ ଆତଙ୍କ ସୃଷ୍ଟି ହୋଇଛି ।
ଅଙ୍ଗନବାଡ଼ି, ଆଶା କର୍ମୀ ମାନଙ୍କୁ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସିଡିଏମଓ । ସଂକ୍ରମଣ କ୍ଷେତ୍ରକୁ ରାପିଡ ରେସପନ୍ସ ଟିମ୍ ପଠାଇବାକୁ କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ବି ଦେଇଛି । ତେବେ କେଉଁ କାରଣରୁ ହଠାତ ଏଭଳି ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନି ।












Click it and Unblock the Notifications