ଝାଡ଼ାବାନ୍ତିରେ ୬୬ ଆକ୍ରାନ୍ତ, ୧ ମୃତ
Diarrhea Outbreak In Jharsuguda:ଝାଡ଼ାବାନ୍ତିରେ ୬୬ ଆକ୍ରାନ୍ତ, ୧ ମୃତ
ଝାରସୁଗୁଡା: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳବାହିତ ରୋଗ ଯଥା ହଇଜା, ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଝାରସୁଗୁଡାର ଲଖନପୁର ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୬ରେ ପହଞ୍ଚିଛିଲାଣି । ଲଖନପୁର ବ୍ଲକର ବାଦିମାଲ ଓ ପିଥିଣ୍ଡାରୁ ଆଖପାଖ ଗାଁକୁ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ ହୋଇଛି । ପିଥିଣ୍ଡା ଗାଁରେ ୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଛୁଇଁଲାଣି ।

ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି । ସେହିପରି ବାଦିମାଲରେ ଗତକାଲି ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ଗତକାଲି ଝାଡ଼ାବାନ୍ତିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେହିଭଳି ୪ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତିନୋଟି ଗାଁକୁ ଔଷଧ, ଓଆରଏସ୍ ପ୍ୟାକେଟ୍ ବିତରଣ କରାଯିବା ସହ ନଳକୂପର ପାଣିକୁ ଫୁଟାଇ ପିଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଆଯାଇଛି ।












Click it and Unblock the Notifications