ବ୍ୟାପୁଛି ଝାଡାବାନ୍ତି ଯାଜପୁର ପରେ ଏବେ ଢେଙ୍କାନାଳରେ ଆତଙ୍କ, ୩୦ ମେଡ଼ିକାଲରେ ଭର୍ତ୍ତି
ଭୁବନରେ ବ୍ୟାପିଲା ଝାଡ଼ାବାନ୍ତି । ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓ NAC ର ବିଭିନ୍ନ ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ପ୍ରାୟ ୩୦ରୁ ଅଧିକ ଆକ୍ରାନ୍ତଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ତେବେ କେଉଁ କାରଣରୁ ଭୁବନରେ ଝାଡ଼ାବାନ୍ତି ବ୍ୟାପିଲା ତାହାର କାରଣ ଜଣାପଡ଼ିନାହିଁ। ହେଲେ ଗତ କିଛି ଦିନ ଧରି ପଡ଼ୋଶୀ ଯାଜପୁର ଜିଲ୍ଲାରେ ଡାଇରିଆ ଆତଙ୍କ ଖେଳାଇଥିବା ବେଳେ ତାହା ଏବେ ଭୁବନକୁ ବ୍ୟାପିଥିବା ଅନୁମାନ କରାଯାଉଛି। ଖବରପାଇ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଉପଜିଲ୍ଲାପାଳ ଦିନମଣି ନାଏକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ମେଡିକାଲରେ ପହଞ୍ଚି ସମୀକ୍ଷା କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। କିପରି ଏହାକୁ ଆୟତ୍ତ କରାଯିବ ସେନେଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications