ରାଜ୍ୟରେ ଡାଇରିଆ ହାହାକାର; ଜିଲ୍ଲାରୁ ଜିଲ୍ଲା ଡେଉଁଛି ଝାଡାବାନ୍ତି, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗଲା ଜୀବନ

ରାଜ୍ୟରେ ଅଣାୟତ୍ତ ଝାଡାବାନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯାଜପୁର ପରେ ଏବେ ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅସ୍ତରଙ୍ଗ ଅଞ୍ଚଳରେ ଜୋରଦାର ବ୍ୟାପିଛି । ୨୪ଘଣ୍ଟାରେ ୨୦ରୁ ଉର୍ଦ୍ଧ୍ୱ ମେଡିକାଲରେ ଭର୍ତ୍ତି । ସମସ୍ତଙ୍କ ହାତରେ ଲାଗିଛି ସାଲାଇନ । ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ, ମହିଳା ରହିଛନ୍ତି । ଖାଦ୍ୟ ବିଷାକ୍ତ କିମ୍ବା ଦୂଷିତ ଜଳରୁ ବ୍ୟାପୁଥିବା ସନ୍ଦେହ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

Diarrhea is a problem in the state

୨୪ ଘଣ୍ଟା ମଧ୍ୟରେ ୨୦ରୁ ଉର୍ଦ୍ଧ୍ୱ ଝାଡାବାନ୍ତି ରୋଗୀ ଚିକିତ୍ସା ହୋଇସାରିଲେଣି । ଡରାଇଲାଣି ଡ଼ାଇରିଆ, ହସ୍ପିଟାଲରେ ଝାଡାବାନ୍ତି ରୋଗୀ ହାଉଯାଉ । କିଏ ଛଟପଟ ହେଉଛି ତ, ଆଉ କିଏ ବାନ୍ତି କରି ହାଲିଆ ହେଲାଣି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଡ଼ରେ ଯନ୍ତ୍ରଣାରେ ଏଭଳି କିଛି ଛଟପଟ ହେଉଛନ୍ତି ରୋଗୀ । ସମସ୍ତଙ୍କ ହାତରେ ଲାଗିଛି ସାଲାଇନ । ଅନ୍ୟ ପଟେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ଲାଗିଛି ଲମ୍ବା ଲାଇନ । ୨୪ଘଣ୍ଟାରେ ୨୦ରୁ ଉର୍ଦ୍ଧ ଚିକିତ୍ସା ହୋଇଥିବା ଜଣାପଡିଛି ।

ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ଆକ୍ରାନ୍ତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ଆକ୍ରାନ୍ତ ମଧ୍ୟରେ ଶିଶୁ, ମହିଳା ଓ ବୟସ୍କ ଅଛନ୍ତି। ଝାଡାବାନ୍ତି ବିଭିନ୍ନ ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରକୃତ କାରଣ ଖୋଜା ଚାଲିଛି । ଅନ୍ୟ ପଟେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଡକ୍ଟର ବିଶ୍ୱଭାରତ ମହାଲିକ କହିଛନ୍ତି, "ଖାଦ୍ୟ ବିଷକ୍ରିୟା କିମ୍ବା ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପୁଥିବା ଜଣାପଡୁଛି । ନଚେତ ହଠାତ ପାଗ ପରିବର୍ତନ ଯୋଗୁଁ ଏପରି ହୋଇଥାଇ ପାରେ । ଲୋକଙ୍କୁ ସଚେତନ ରହିବା ସହ ଭୋଜି ଭାତରେ ପରିଷ୍କାର ପରିଛନ୍ନତା ରହୁନଥିବାରୁ ଭୋଜିଖାଦ୍ୟ ନ ଖାଇବା ଉଚିତ ।"

କଟକରେ ଡାଇରିଆ ଆୟତ୍ତ ଥିବା ଜିଲ୍ଲାପାଳଙ୍କ ସୂଚନା-

"ଅନ୍ୟପଟେ କଟକ ଜିଲ୍ଲାର ଦୁଇଟି ସ୍ଥାନରେ ଡାଇରିଆ ରୋଗୀ ଚିହ୍ନଟ ହୋଇଥିଲା । କଟକ ସଦର ଅଂଚଳର ଝିଙ୍କିରିଆ ଏବଂ ବାଙ୍କୀ ଅଞ୍ଚଳରେ । ଝିଙ୍କିରିଆ ରେ ୨୦ ରୁ ଉର୍ଦ୍ଧ୍ବ ଡାଇରିଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସେମାନେ ପ୍ରାୟ ସମସ୍ତେ ସୁସ୍ଥ ଅଛନ୍ତି । ଗୋଟିଏ ଭୋଜି କାରଣରୁ ସେଠାରେ ଡାଇରିଆ ଭଳି ପରିସ୍ଥିତି ଉପୁଜି ଥିଲା । ମାତ୍ର ସମସ୍ତ ରୋଗୀ ସୁସ୍ଥ ହୋଇଛନ୍ତି।ସେଠାରେ ଡାଇରିଆ ଚିହ୍ନଟ ପରେ ସଙ୍ଗେ ସଙ୍ଗେ ପାଣି ବନ୍ଦ କରିଦିଆଯିବା ସହ ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଇଥିଲା।ସେଠାରେ ବିଶୋଧନ କରାଯାଇ ପାଣିର ନମୁନା ପରୀକ୍ଷା କରାଯାଇଥିଲା । ମାତ୍ର ଜଣା ପଡିଥିଲା କି ତାହା ପାଣି ପାଇଁ ନୁହେଁ ବରଂ ଏକ ଭୋଜିରେ ଯେଉଁ ପାଣି ଦିଆ ଯାଇଥିଲା ତାହା ହିଁ ଡାଇରିଆର କାରଣ । ସେହିପରି ବାଙ୍କୀରେ ୪୦ ରୁ ଉର୍ଦ୍ଧ୍ୱ ଡାଇରିଆ ରୋଗୀ ଯଦିଓ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସମସ୍ତ ଅବସ୍ଥା ସ୍ଥିର ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓଆରଏସ ଯୋଗାଇ ଦିଆଯିବା ସହ ସମସ୍ତ ସୁବିଧା କରାଯାଉଛି । ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ସ୍ୱତନ୍ତ୍ର ଡାକ୍ତରୀଟିମଙ୍କୁ ନିୟୋଜିତ କରାଯାଇଛି," ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି ।

"ସେହିପରି ବିଭିନ୍ନ ସ୍ଥାନରେ ଡାଇରିଆ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ବ୍ୟାପି ଜଳ ଉତ୍ସଗୁଡିକର ବିଶୋଧନ କରିବା ପାଇଁ ନିଷ୍ପତି କରିଛି ଜିଲ୍ଲା ପ୍ରଶସାନ । ବିଶୋଧନ ପରେ ଯଦି କୌଣସି ଅଞ୍ଚଳରେ ଡାଇରିଆ ଦେଖା ଦିଏ ତେବେ ସେଠାରେ ସୁପର କ୍ଲୋରିନେସନ କରାଯିବ," ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

"ସେପଟେ ଝିଙ୍କିରିଆରେ ଦେଖା ଦେଇଥିବା ହଇଜା ପ୍ରଭାବ କମିଛି କିନ୍ତୁ ବାଙ୍କୀରେ ହଇଜା ନିରାକରଣ କାର୍ଯ୍ୟ ଜୋରଦାର ଭାବେ ପ୍ରସ୍ତୁତ ଚାଲିଛି । ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଇ ଦିଆଯାଉଛି," ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି ।⁶

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+