ଗଞ୍ଜାମରେ ହଇଜା ଆତଙ୍କ, ଗଲାଣି ୫ ଜୀବନ
ଝାଡାବାନ୍ତି ଆତଙ୍କ ନେଲା ୫ ଜୀବନ। ଗଞ୍ଜାମ ଆସିକା ବ୍ଲକ ବାଲିସିରା ପଞ୍ଚାୟତ କେ.ସୁନ୍ଦୁରା ପଲ୍ଲି ଗ୍ରାମରେ ହଇଜା ଆତଙ୍କ ।

ଗାଁର ୪ ଦିନ ହେଲା ହଇଜା ବ୍ୟାପିବାଲେ ଲାଗିଛି। ଗ୍ରାମ ଲୋକଙ୍କ ଅଭିଯୋଗ ଅନୁସାରେ ଝାଡା ବାନ୍ତୀରେ ଆକ୍ରାନ୍ତ ହୋଇ ୫ ଜଣ ମୃତ ହେଲାଣି। ଗାଁରେ ୪୦ ପରିବାର ରହୁଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢିବାରେ ଲାଗିଛି।
ଏବେ ବାଲିସିଲା ଓ ବ୍ରହ୍ମପୁରରେ ମେଡିକାଲରେ ୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗ୍ରାମରେ ଏହାକୁ ନେଇ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ସେପଟେ ଆଜି ଏକ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ଔଷଧ ବାଣ୍ଟିବା ସହ ଗ୍ରାମର ପିଇବା ପାଣିର ନମୁନା ସଂଗ୍ରହ କରିଛନ୍ତି।












Click it and Unblock the Notifications