ଯାଜପୁରରେ ବଢ଼ିଚାଲିଛି ଝାଡାବାନ୍ତି, ହସ୍ପିଟାଲରେ ବୃଦ୍ଧି କରାଗଲା ବେଟ ସଂଖ୍ୟା

ଯାଜପୁରରେ ଝାଡ଼ାବାନ୍ତି ଅଣାୟତ ହୋଇଥିବା ବେଳେ ଦୁଇଟି ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୦୦ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଧର୍ମଶାଳା, ଯାଜପୁର ହସ୍ପିଟାଲରେ ୧୦୦ ଲେଖାଏ ସିଟ୍ ବଢ଼ାଯାଇଛି। ଏସସିବି ଓ ଯାଜପୁର ମେଡିକାଲ କଲେଜରୁ ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କୁ ବିଭିନ୍ନ ଡାକ୍ତରଖାନାରେ ମୁତୟନ କରାଯାଇଛି।

jajpur

ଆଜି ଆଇସିଏମ୍‌ଆର୍‌, ହୁ ସହ କେନ୍ଦ୍ର ସିନିୟର୍ ରିଜିଓନାଲ୍‌ ନିର୍ଦ୍ଦେଶକଙ୍କ ସ୍ଵାସ୍ଥ୍ୟ ବିଭାଗ ଟିମ୍ ମଧ୍ୟ ଯାଇଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।

ଏହି ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ଏବେ ପର୍ଯ୍ୟନ୍ତ ଭୋଜି ଖାଦ୍ୟ ନମୁନା ମିଳିନଥିବା ବେଳେ ପାଣି ଓ ରାସ୍ତାକଡ଼ର ଖାଦ୍ୟ ପରୀକ୍ଷଣ ପାଇଁ ଲ୍ୟାବ୍‌କୁ ପଠାଯାଇଛି। ସ୍ୱାସ୍ଥ୍ୟକର୍ମୀ ମାନେ ଘରଘର ବୁଲି ପାଣି ବିଶୋଧନ କରୁଛନ୍ତି। ଗୁରୁତର ମାନଙ୍କୁ ହସ୍ପିଟାଲକୁ ଅଣାଯାଇଛି।

ଏବେ ସୁଦ୍ଧା ଯାଜପୁରରେ ୨୪୫ ରୋଗୀ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ଖବର ଆସିଛି। ଜିଲ୍ଲାସ୍ତରୀୟ ଟିମ, ରାଜ୍ୟ ସ୍ତରୀୟ ଟିମ, ଜନସ୍ୱାସ୍ଥ୍ୟ ଟିମ, କେନ୍ଦ୍ରୀୟ ଟିମ, ହୁ, ଆଇସିଏମ୍‌ଆର୍‌ ଟିମ ଘଟଣା ସ୍ଥଳରେ ରହିଛନ୍ତି। ‌ ‌

ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ''ମୃତକମାନଙ୍କର ଚୂଡାନ୍ତ ରିପୋର୍ଟ ଜନସ୍ୱାସ୍ଥ୍ୟ ବିଭାଗ ପାଖକୁ ଆସିନି। ରିପୋର୍ଟ ଆସିବା ପରେ ସବୁ ଦିଗକୁ ଯାଞ୍ଚ କରି ମୃତ୍ୟୁର ପ୍ରକୃତ କାରଣ କହି ହେବ। ସବୁ ରୋଗୀଙ୍କ ଲକ୍ଷଣ ସମାନ। ଝାଡା ଓ ବାନ୍ତି ହିଁ ହେଉଛି। ଆଗ ପେଟ କାଟୁଛି, ତା ପରେ ବାନ୍ତି ଓ ଝାଡା ହେଉଛି। ଧର୍ମଶାଳା ଓ ଯାଜପୁର ମେଡିକାଲ କଲେଜ ହସ୍ପିଟାଲରେ ୧୦୦ ଲେଖାଏ ବେଡ଼ ସହ ସମୁଦାୟ ୨୦୦ ବେଡ଼ ବଢ଼ାଯାଇଛି। ଖାଦ୍ୟ ନିରାପତ୍ତା ବିଭାଗ ରାସ୍ତା କଡ଼ ଖାଦ୍ୟର ଯାଞ୍ଚ କରୁଛି। ଘର ଘର ଯାଇ କବାଟ ବାଡେଇ ଝାଡାବାନ୍ତି ରୋଗୀଙ୍କୁ ଚି଼ହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଆର୍‌ଏସ୍‌ ବଣ୍ଟାଯାଉଛି। ସମସ୍ତଙ୍କ ତଥ୍ୟ ଦେବାକୁ କୁହାଯାଇଛି।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+