Get Updates
Get notified of breaking news, exclusive insights, and must-see stories!

ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ, ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ

ଆଉ ଗହଣା ପାଇଁ ଟେନ୍‌ସନ୍ ନାହିଁ । ଦାମ୍ ଯେତେ ହେଲେ ବି ଚିନ୍ତା ଯିବ । କାରଣ ଆମ ରାଜ୍ୟରେ ଗଚ୍ଛିତ ଅଛି ପୁଳା ପୁଳା ଗହଣା । ଓଡିଶା ମାଟି ତଳେ ହୀରାର ଭଣ୍ଡାର । ଖାସ୍ କରି ନୂଆପଡାରେ ହୀରା ଖଣିର ସନ୍ଧାନ ହୋଇଛି । ସେହିଭଳି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି ।

Diamonds

ସୂଚନା ଥାଉକି, ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ ।

ରାଜ୍ୟରେ ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ଓ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+