ବିନା ମେଡିସିନରେ ହେଉଛି ଡାଇବେଟିସ୍ ରୋଗର ନିରାକରଣ; ଚମତ୍କାର କରି ଦେଖାଉଛନ୍ତି ଏହି ଡାକ୍ତର !
Diagnosis of Diabetes: ଆଜିକା ସମୟରେ ଧୀରେ ଧୀରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ ପାଲଟିଛି । ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍ପିଣ୍ଡ ସମସ୍ୟା , କିଡ୍ନୀ ଆଦି ରୋଗର ଶିକାର ହୋଇଥାନ୍ତି ।
ତେବେ ଆପଣ ଜାଣନ୍ତି କି, ବିନା ମେଡିସିନରେ ହୋଇପାରିବ ଡାଇବେଟିସ୍ ରୋଗର ନିରାକରଣ । ହଁ ଆଜ୍ଞା, କଥାଟି ଏକଦମ ସତ । ଇଣ୍ଟରନେଟରେ ଆପଣଙ୍କୁ ଏହାର ବିଭିନ୍ନ ଉପାୟ ମିଳିଯାଇ ପାରିବ । ସେହିପରି ଅନେକ ସ୍ୱାସ୍ଥ୍ୟବିଶେଜ୍ଞ ଆପଣଙ୍କୁ ଏନେଇ ଅନେକ ଉପାୟ କହି ପାରିବେ ।

ମାତ୍ର ଆମେ ଆଜି ଆପଣଙ୍କୁ ଜଣେ ଏମିତି ଡାକ୍ତରଙ୍କ ସହ ପରିଚୟ କରାଇବୁ । ଯିଏ କି, ବିନା ମେଡିସିନରେ ଡାଇବେଟିସ୍ ରୋଗର ନିରାକରଣ କରି ପାରୁଛନ୍ତି । ଆଉ ଏହା ୬ ଦିନରେ ସମ୍ଭବ ହୋଇପାରୁଛି ।
କିଏ ଏହି ଡାକ୍ତର ?
ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଅଗସ୍ତି ନୂଆଗାଁ ଚିଦାନନ୍ଦ ଆଶ୍ରମ ଡକ୍ଟର ମାଧବ ନାୟକ । ମେଡିସିନ ବିଭାଗର ଡାକ୍ତର ମାଧବ ନାୟକ ଆପଣଙ୍କୁ ୬ ଦିନ ଭିତରେ ଏମିତି କିଛି ଶିକ୍ଷା ଓ ପ୍ରଣାଳି ବତାଇବେ ଯାହାଦ୍ଵାରା ଆପଣ ଔଷଧଠୁ ଦୂରେଇ ଯାଇ ମଧ୍ୟ ଡାଏବେଟିସ ରୋଗର ନିରାକରଣ କରିପାରିବେ ।
ତାଙ୍କ କହିବା ଅନୁସାରେ, ଶହ ଶହ ରୋଗୀ ଏଠାରୁ ଭଲ ହୋଇ ନିଜର ନୂଆ ଜୀବନ ମଧ୍ୟ ଆରମ୍ଭ କଲେଣି । ନିତିଦିନ ବ୍ୟାୟାମ ସହ ଖାଦ୍ୟ ପେୟରେ ସଂଯମତା ଆଦି ବିଭିନ୍ନ ଟ୍ରେନିଂ ଦେଇ ସେ ଡାଏବେଟିସ ରୋଗର ନିରାକରଣ କରିପାରନ୍ତି ବୋଲି ଦୃଢତାର ସହ ସେ କହିଛନ୍ତି ।
ଏହି ଆଶ୍ରମରେ ମାତ୍ର ୬ ଦିନ ରହିବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି । ୬ ଦିନ ପରେ whatsapp ଗ୍ରୁପ ମାଧ୍ୟମରେ ନିତିଦିନର ଖାଇବା ଏବଂ ବ୍ୟାୟାମ ଉପରେ ନଜର ରଖିଥାନ୍ତି । ରାଜ୍ୟର ବଡ଼ ବଡ଼ ଅଫିସରଙ୍କଠୁ ନେଇ ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ଏଠାରୁ ଭଲ ହୋଇ ଡାଏବେଟିସ ମୁକ୍ତ ଜୀବନ ବିତାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ତେବେ ଆପଣ ବି ଯଦି ମଧୁମେହ ରୋଗର ଶିକାର ହୋଇଛନ୍ତି ତାହାଲେ ଥରଟିଏ ଏଠାକୁ ଆସନ୍ତୁ ଆଉ ଡାଇବେଟିସ ରୋଗରୁ ମୁକ୍ତ ହୁଅନ୍ତୁ ।












Click it and Unblock the Notifications