ଭବାନୀପାଟଣା ଜେଲରେ ରାତି କାଟିଲେ ଧୀମନ ଚକମା

୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଧିମନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ। ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମନ ଚକମା। ରାତିରେ ଖାଇଛନ୍ତି ରୁଟି ସନ୍ତୁଳା ଏବଂ ତଳେ ଶୋଇଛନ୍ତି।

Dhiman Chakma

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗତକାଲି ଗରିଫ କରିଥିଲା ଭିଜିଲାନ୍ସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେ ଖୁବଶୀଘ୍ର ନିଲମ୍ବିତ ହେବେ ବୋଲି ସୂତ୍ରରୁ ଜଣାପଡ଼ିଛି। କୌଣସି ଉଚ୍ଚପଦସ୍ଥ ଅଧିକାରୀ ଗିରଫ ହେଲେ ସାଧାରଣତଃ ତୁରନ୍ତ ନିଲମ୍ବିତ କରାଯାଏ। ଏହା ଦ୍ବାରା ନିରପେକ୍ଷ ତଦନ୍ତ ନିଶ୍ଚିତ ହେବ। ଫଳରେ ତଦନ୍ତରେ ହସ୍ତକ୍ଷେପ ରୋକାଯାଇ ପାରିବ।

ସୂଚନାଥାଉକି, ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ଅଧିକାରୀ ଧୀମନ ଚକମାଙ୍କ ଅଫିସ ଓ ବାସ ଭବନରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ତାଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ସବକଲେକ୍ଟର ଧୀମନ ଚକମା ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଟ୍ରାପ କରିଥିଲା ଭିଜିଲାନ୍ସ। ତାଙ୍କ ଅଫିସ ଓ ବାସଭବନରେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+