ଢେଙ୍କାନାଳ ପଥର ଖଣି ବିସ୍ଫୋରଣ ; ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା

ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ସରକାରୀ ସ୍ତରରେ ମୃତାହତଙ୍କ ସୂଚନା ଦିଆଯାଇନାହିଁ। ଓଡ଼ାପଡ଼ା ତହସିଲଦାରଙ୍କ ସମେତ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅନ୍ଧାରରେ ଛାନ୍‌ଭିନ କରୁଛି ା ଭାଇବ୍ରେଟର ଲଗାଇ ବ୍ଲାଷ୍ଟିଂ କରାଯାଉଥିବା ବେଳେ ପଥର ଖଣିରେ ୬ ଶ୍ରମିକ କାମ କରୁଥିବା କୁହାଯାଉଛି। ସେମାନଙ୍କ ଉପରେ ମାଟି ଖସିପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Dhenkanal

ଏ ସଂକ୍ରାନ୍ତରେ ଓଡ଼ାପଡ଼ା ତହସିଲଦାର ମନୋଜ ମାଝୀ କହିଛନ୍ତି, ଅତିରିକ୍ତ ତହସିଲଦାରଙ୍କ ସମେତ ମୋଟଙ୍ଗା ଥାନା ଅଧିକାରୀ ଦୀପକ ଲେଙ୍କା ଓ ପୋଲିସ ସମସ୍ତେ ମିଶି ଘଟଣାସ୍ଥଳ ନିକଟରେ ପହଞ୍ଚତ୍ଥିବା ବେଳେ ରାତି ହୋଇଯାଇଥିବାରୁ ଅନ୍ଧାରରେ ମୋବାଇଲ ଲାଇଟ୍‌ ଲଗାଇ ତଦନ୍ତ କରିବା କଷ୍ଟକର ହୋଇପଡିଛି। ତଥାପି ଯାଞ୍ଚ ଜାରିରଖିଛୁ। ଘଟଣା ସମ୍ପର୍କରେ ଏସ୍‌ପି ଅଭିନବ ସୋନକର କହିଛନ୍ତି, ଖବରପାଇ ମୋଟଙ୍ଗା ଥାନା ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ରାତି ହୋଇଯିବାରୁ ଛାନଭିନରେ ସମସ୍ୟା ଉପୁଜିଛି ା ବର୍ତ୍ତମାନ ସୁଦ୍ଧା ଘଟଣା ସମ୍ପର୍କରେ ତଥ୍ୟ ଅସ୍ପଷ୍ଟ ରହିଛି ା ସୂଚନା ମିଳିଲେ ଆମେ ଜଣାଇବୁ। କିଛି ଶ୍ରମିକ ମାଟିତଳେ ଫସିରହିଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ସୂଚନାରୁ ମିଳୁଛି।
ସ୍ଥାନୀୟ ଅଞ୍ଚଳରୁ ଖବର ପାଇବା ପରେ ଢେଙ୍କାନାଳ ଏମ୍‌ପି ରୁଦ୍ରନାରାୟଣ ପାଣି ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏ ସମ୍ପର୍କରେ ତଦନ୍ତ କରିବା ପାଇଁ ଜିଲାପାଳ, ଏସ୍‌ପି ଓ ଉପଜିଲାପାଳଙ୍କୁ କହିଛନ୍ତି। ଓଡ଼ିଶା ମାଇନିଂ ଅଫିସର ଢେଙ୍କାନାଳ ଜିଲା ପକ୍ଷରୁ ଗତ ୮.୯.୨୦୨୫ରେ ପତ୍ର ସଂଖ୍ୟା ନଂ ୧୮୦୮ରେ ଖଣି ଅଧିକାରୀ ସମସ୍ତ କଳାପଥର ଓ ରୋଡ୍‌ମେଟାଲ କ୍ୱାରି ଲିଜ୍‌୍‌ଧାରୀଙ୍କୁ ବ୍ଲାଷ୍ଟିଂ ଅନୁମତିପତ୍ର ଦାଖଲ କରି ନ ଥିଲେ ଖଣିରେ ପଥର ଖନନ କାର୍ଯ୍ୟ କରିପାରିବେ ନାହିଁ ବୋଲି ଚିଠି ମାଧ୍ୟମରେ ଜଣାଇଥିଲେ। ଏହି ପତ୍ରର ଏକକିତା ନକଲ ଜିଲାପାଳ ଏବଂ ବିଭିନ୍ନ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଉକ୍ତ ପଥର ଖଣିରେ ବ୍ଲାଷ୍ଟିଂ ଅନୁମତିପତ୍ର ପ୍ରଦାନ କରାଯାଇ କାର୍ଯ୍ୟ କରାଯାଉଥିଲା କି ନାହିଁ ତାହା ତଦନ୍ତ ସାପେକ୍ଷ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+