Dhenkanal Lok Sabha Election 2024: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ
ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ହେଲେ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି, ସେନେଇ ସ୍ପଷ୍ଟ ଜଣାପଡିନାହିଁ।
ଆଜି ରାଜ୍ୟ ଦେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସୁକତା । ସକାଳୁ ସକାଳୁ ସବୁ ବୁଥରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ଏହା ଭିତରେ କିଛି ବୁଥରେ ଭୋଟର ମୋବାଇଲ ନେଇଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନକରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ଅପିଲ କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଭୁବନେଶ୍ୱର ନୟାପଲ୍ଲୀର ଏକ ବୁଥରେ ପୋଲିଂ କେନ୍ଦ୍ରକୁ ମୋବାଇଲ ନେଇ ପ୍ରବେଶ କରିବା ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ବି ଏହାର ବ୍ୟତିକ୍ରମ ହେବାରୁ ପେସମିଟ୍ କରି ଏନେଇ ପୁନର୍ବାର ସଚେତନ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।
ଏପରିକି ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି । ଖୋଜ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିବା ପ୍ରେସ ମିଟରେ କହିଥିଲେ ।












Click it and Unblock the Notifications