ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ
ଆସନ୍ତା ୨୮ ରେ ଧଉଳିସ୍ତୁପକୁ ପୁରୁଛି ୫୦ ବର୍ଷା । ଏହି ଅବସରରେ ସ୍ତୁପ ପରିସରରେ ପାଳିତ ହେବାକୁ ଯାଉଚି ଗୋଲ୍ଡେନ ଜୁବୁଲି ସମାରୋହ। ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଭୁବନେଶ୍ବର: ଆସନ୍ତା ୨୮ ରେ ଧଉଳିସ୍ତୁପକୁ ପୁରୁଛି ୫୦ ବର୍ଷା । ଏହି ଅବସରରେ ସ୍ତୁପ ପରିସରରେ ପାଳିତ ହେବାକୁ ଯାଉଚି ଗୋଲ୍ଡେନ ଜୁବୁଲି ସମାରୋହ। ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଧଉଳିସ୍ତୁପ ପରିଭ୍ରମଣ କରି ସ୍ଥିତି ସମୀକ୍ଷା କରିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ଯକ୍ରମକୁ ପ୍ରାଧାନ୍ୟ ଦେଇଛନ୍ତି ।

ସେପଟେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରସ୍ତୁତି ବୁଲି ସମୀକ୍ଷା କରିଛନ୍ତି । ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ଦେଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ରହିଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ଯନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ । ତେବେ ଧଉଲିର ସର୍ବାଗିନ ଉନ୍ନତିମୂଳକ କାର୍ଯ୍ଯକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶସା କରିଛନ୍ତି ବୌଦ୍ଧ ସନ୍ୟାସୀ ।
ସେପଟେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ପକ୍ଷରୁ ଓଡ଼ିଶା ଐତିହ୍ୟ ପଦଯାତ୍ରା (ଓଡ଼ିଶା ୱାକ୍ସ) କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ପୁରାତନ ଐତିହ୍ୟ ପୀଠ ସହିତ ସଂପର୍କ ଯୋଡ଼ିବାର ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଶୁକ୍ରବାରଠାରୁ ରବିବାର ତିନିଦିନ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱର ପର୍ଶୁରାମେଶ୍ୱର ମନ୍ଦିରଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।












Click it and Unblock the Notifications