ଓଲଟିଲା 'ଧଉଳି ଗଣନାଟ୍ୟ’ ଟ୍ରକ୍; ୫ ମୃତ, ୧୨ ଗୁରୁତର
ବାରିପଦା ଘାଟିରେ ଓଲଟିଲା 'ଧଉଳି ଗଣନାଟ୍ୟ' ଟ୍ରକ୍ । ଦୁର୍ଘଟଣାରେ ୫ ଜଣ ମୃତ, ୧୨ ଜଣ ଗୁରୁତର ଥିବା ସୂଚନା ମିଳିଛି । ଗୁରୁତର ୧୨ ଜଣ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି । ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି ।
ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ବର ଅଭିମୁଖେ ଯାଉଥିଲା । ଗାଡ଼ିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି ।












Click it and Unblock the Notifications