ଧର୍ମେନ୍ଦ୍ରଙ୍କୁ ଆସିଲା ଫୋନ୍ କଲ

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦୀ ୩.୦ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦୀ । ଆଜି ମୋଦୀଙ୍କ ଶପଥ ଗ୍ରହଣ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ସମାରୋହରେ ସାର୍କ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

ଅନ୍ୟପଟେ କାହାକୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ । ସେନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ଅନେକ ମନ୍ତ୍ରୀମାନଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଫୋନ୍ କଲ୍ ଆସିବା ପରେ ସେ ମୋଦୀଙ୍କ ବାସଭବନରେ ସେ ପହଞ୍ଚିଛନ୍ତି । ପୂର୍ବରୁ ଓଡ଼ିଶାର ସୁରେଜ ପୂଜାରୀ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମଙ୍କୁ କଲ୍ ଆସି ସାରିଛି । ତେବେ ଧମେନ୍ଦ୍ରଙ୍କୁ କେଉଁ ମନ୍ତ୍ରୀପଦ ମିଳିବ, ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଏବେ ଭରି ରହିଛି ।

Dharmendra pradhan

ଅନ୍ୟପଟେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ୭ ଜଣ ବିଶ୍ୱ ନେତାଙ୍କ ସମେତ ୮ ହଜାରରୁ ଅଧିକ ଅତିଥି ମଧ୍ୟ ଯୋଗଦେବେ । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ସିସିଲ୍ସ ଉପରାଷ୍ଟ୍ରପତି ଅହମଦ ଅରିଫ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୂଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ସମାରୋହରେ ସାମିଲ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+