ଆମ ଭାଷା, ସଂସ୍କାର ଏବଂ ଓଡ଼ିଆ ଅସ୍ମିତା ଚର୍ଚ୍ଚାରେ ରହୁ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ହଜାର ହଜାର ବର୍ଷ ପୂର୍ବରୁ ସାରଳା ଦାସ ଓଡ଼ିଆ ମହାଭାରତ, ବଳରାମ ଦାସ ଲକ୍ଷ୍ମୀପୂରାଣ, ତୁଳସୀ ଦାସ ରାମଚରିତ୍ର ମାନସ, ଜଗନ୍ନାଥ ଦାସ ଓଡ଼ିଆ ଭାଗବତ, ଯଶୋବନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସ ମାଳିକା ଏବଂ ସନ୍ଥକବି ଭୀମ ଭୋଇ ନିଜର ଲେଖା ଓ ସାହିତ୍ୟ ମାଧ୍ୟମରେ ସାମାଜିକ ସମରସତା, ମହିଳା ସଶକ୍ତିକରଣ, ଆଧ୍ୟାତ୍ମିକ ଏବଂ ମାନବତାର କଲ୍ୟାଣ ଉପରେ ବାର୍ତ୍ତା ଦେଇଥିଲେ ।

ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ହୋଇଥିବା କଳ୍ପନା ଆଜିର ସମୟରେ ବେଶ୍ ପ୍ରାସଙ୍ଗିକତା ଅଛି । ତେବେ ମହାପୁରୁଷଙ୍କର ଏହି ଲେଖା ଆଧୁନିକ ଥିଲା ଏବେ ଆଧୁନିକ ଅଛି ? ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଲୋକମାନଙ୍କ ମତ ଯାହା ବି ହେଉ କିନ୍ତୁ ଓଡିଶା ଚର୍ଚ୍ଚାରେ ରହୁ, ଓଡ଼ିଆ ଭାଷା, ଓଡିଆ ସଭ୍ୟତା, ଓଡ଼ିଆ ଲୋକ, ଓଡ଼ିଆ ଜନଜୀବନ, ଓଡ଼ିଶାର ସଂସ୍କାର ପର୍ବପର୍ବାଣୀ, ଖାଦ୍ୟ ପେୟ ତଥା ସର୍ବୋପରି ଓଡ଼ିଆ ଅସ୍ମିତା ଚର୍ଚ୍ଚାରେ ରହୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra_pradhan

ନୂଆଦିଲ୍ଲୀ ଠାରେ 'ପ୍ରବାସୀ ଓଡ଼ିଆ ବିକାଶ ସମିତି' ଦ୍ୱାରା ଆୟୋଜିତ 'ଭର୍ଣ୍ଣାକୁଲାରାଇଜିଂ ପାଷ୍ଟ୍ସ,ଓଡ଼ିଶା : ମହାଭାରତ ଟୁ ମଡର୍ଣ୍ଣିଟି' ପୁସ୍ତକର ଆଲୋଚନା ଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶରେ ଉଗ୍ରବାଦ ବଢୁଥିବା ବେଳେ ମାକ୍ସବାଦୀ ଚିନ୍ତାଧାରା ରଖୁଥିବା ଲୋକମାନେ ବନ୍ଧୁକ ମୁନରେ ନ୍ୟାୟ ଦେବାର କଳ୍ପନା କରୁଛନ୍ତି । ମାତ୍ର ଓଡ଼ିଶାରେ ଦୃଷ୍ଟିବାଧିତ ସନ୍ଥ କବି ଭୀମ ଭୋଇ ଅନେକ ବର୍ଷ ପୂର୍ବରୁ "ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ" ପଂଙକ୍ତି ମାଧ୍ୟମରେ ପ୍ରକୃତ ମାନବତାର ବାର୍ତ୍ତା ଦେଇଥିଲେ । ଏହି ହିଁ ଆଧୁନିକତା ।

ସେହିପରି ଓଡ଼ିଆର ସାହିତ୍ୟକୁ ଅନୁଧ୍ୟାନ କଲେ ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ମହାଭାରତ ଲେଖିଥିଲେ । ବାଲ୍ମିକୀଙ୍କ ଲିଖିତ ରାମାୟଣକୁ ତୁଳସୀ ଦାସ ଲୋକଭାଷାରେ ରାମ ଚରିତ ମାନସ ରଚନା କରିଥିଲେ । ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ । ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଲେଖିଥିଲେ । ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ମାଳିକା ଲେଖିଥିଲେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଲିଖନ ଓ ପାଠପଢାର ଶୈଳୀର ଅଭ୍ୟାସ ବହୁତ ପୂର୍ବରୁ ଥିଲା ବେଳେ ତା'ର ଉପସ୍ଥାପନା ସେତେ ମାତ୍ରାରେ ହୋଇପାରିନାହିଁ । ଓଡ଼ିଶାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଲଢାଯାଇଥିବା ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପାଳନ ହେବା ଅବସରରେ ପୂର୍ବତନ ରାଷ୍ଟ୍ରପତି କହିଥିଲେ ଆମେ ଆମର ଇତିହାସ ଲେଖିନାହାନ୍ତି । ବିଜୟୀ ଓ ସମାଜର ସମ୍ପନ୍ନତାର ଲୋକମାନେ ହିଁ ଇତିହାସ ଲେଖିଛନ୍ତି । କଳିଙ୍ଗ ଯୁଦ୍ଧର ଇତିହାସ କିଏ ଲେଖିଲା ? ଆମ ଇତିହାସ ଲୋକକଥା, ଲୋକଗୀତରେ ରହିଯାଇଛି । ଦେଶ ସ୍ୱାଧୀନତା ସଂଗ୍ରାମରେ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନ ଓ ଚନ୍ଦ୍ରବିଲ ଗାଁର ବିକା ନାଏକଙ୍କ ଯୋଗଦାନ ଅତୁଳନୀୟ । ଏହି ସବୁ ଇତିହାସକୁ ଉଜ୍ଜିବୀତ କରିବାକୁ ହେବ ।

ଓଡ଼ିଆ ସ୍ଥାପତ୍ୟ ଓ କୀର୍ତ୍ତିରାଜି ଅନନ୍ୟ ଓ ଚିତାକର୍ଷକ । ଏକ ପୁରୁଣା ଖବରକାଗଜରେ ସେହି ଅତୀତର ସୁକ୍ଷ୍ମ କାରିଗରୀକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ମାତ୍ର ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଯେଉଁ ଟାଇଲ ପକାଇ ହଜାର ହଜାର ବର୍ଷ ତଳର ଓଡ଼ିଆ କୀର୍ତ୍ତିରାଜି ଇତିହାସକୁ ନଷ୍ଟ କରାଯାଉଛି

। ସୌନ୍ଦର୍ଯ୍ୟକରଣ ଏବଂ ପୁନଃ ନିର୍ମାଣର ଅର୍ଥ ନୁହେଁ ଚତୁର୍ଥ, ପଞ୍ଚମ ଶତାବ୍ଦୀର ସପ୍ତମ ଶତାବ୍ଦୀର ମୂର୍ତ୍ତି, ସ୍ଥାପତ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରି ଟାଇଲ ପକାଇ ରାସ୍ତା ସମ୍ପ୍ରସାରଣ କରିବା । ଏହା ଓଡ଼ିଆ ଭାବରେ ମୋତେ କଷ୍ଟ ଦିଏ ।

ନିକଟରେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ରକୁ ପୃଷ୍ଠଭୂମି କଲେ । କୋଣାର୍କ ଚକ୍ରର କଳାକୃତି ପାଖରେ ବିଶ୍ୱର ନେତା ମାନଙ୍କୁ କଲେ । ନୂଆ ସଂସଦ ଭବନରେ ମଧ୍ୟ କୋଣାର୍କର ଚକ୍ର ଅଛି ।

ଏହା ସବୁ ହଜାର ହଜାର ବର୍ଷର ପ୍ରତ୍ନତାତ୍ତ୍ୱିକ ପ୍ରମାଣ । କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଏହା ଉପରେ ଯେତେ ଚର୍ଚ୍ଚା ହେବା କଥା ସେତେ ମାତ୍ରାରେ ହେଉନାହିଁ । ତେଣୁ ଏକବିଂଶ ଶତାବ୍ଦୀରେ ଓଡ଼ିଆ ଅସ୍ମିତାର ନୂଆ କଥାକୁ ପ୍ରଭାବଶାଳୀ ଢଙ୍ଗରେ କହିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ପୁସ୍ତକ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାଭାରତ କାଳରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଇତିହାସ ଓ ସାହିତ୍ୟ କଥାକୁ ନେଇ ପ୍ରସ୍ତୁତ ଓଡ଼ିଶାର ଗବେଷଣା ଆଧାରିତ ପୁସ୍ତକ 'ଭର୍ଣ୍ଣାକୁଲାରାଇଜିଂ ପାଷ୍ଟ୍ସ, ଓଡ଼ିଶା: ମହାଭାରତ ଟୁ ମଡର୍ଣ୍ଣିଟି' ପ୍ରଶଂସନୀୟ । ଏହି ପୁସ୍ତକ ଆମ ଭାଷା, ସମାଜ ଓ ଜାତିର ସ୍ମୃତି ଭାବେ ଏକ ଅନୁଷ୍ଠାନରେ ପରିଣତ ହେବା ଏକ ବଡ଼ ଉପଲବ୍ଧି । ଏଥିପାଇଁ ଶ୍ରୀ ପ୍ରଧାନ ପୁସ୍ତକର ଲେଖକ ଚଣ୍ଡୀ ପ୍ରସାଦ ନନ୍ଦ, ପ୍ରୀତୀଶ ଆଚାର୍ଯ୍ୟ ଏବଂ ଶ୍ରୀକ୍ରିଷନଙ୍କୁ ସାଧୁବାଦ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+