ଛତିଶଗଡର ରାୟଗଡ଼ରୁ ତାଳଚେରର ବହ୍ଲର ୮ ଲେନ୍ ପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଦେଇ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାୟଗଡ଼ରୁ ତାଳଚେରର ବହ୍ଲର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୩୦୦ କିମି ରାଜପଥ ତିନୋଟି ପ୍ରମୁଖ ଶିଳ୍ପ କ୍ଷେତ୍ର ତଥା ଇବ୍ ଉପତ୍ୟକା, ହୀରାକୁଦ ଅଞ୍ଚଳ ଏବଂ ତାଳଚେର- ଅନୁଗୋଳ ଭଳି ଶିଳ୍ପାଞ୍ଚଳକୁ ସଂଯୁକ୍ତ କରୁଛି । ତାପଜ ବିଦ୍ୟୁତ କେନ୍ଦ୍ର, ଲୁହା, ଆଲୁମିନିୟମ, କୋଇଲା ଖଣି ସହ ଅନେକ ଶିଳ୍ପ ଅନୁଷ୍ଠାନ ଏହି ରାଜପଥରେ ରହିଅଛି । ସାମ୍ପ୍ରତିକ ସମୟରେ ଏହି ଅଞ୍ଚଳରେ ଦ୍ରୁତ ଶିଳ୍ପାୟନ ଏବଂ ଅର୍ଥନୈତିକ କାର୍ଯ୍ୟ ଅଭିବୃଦ୍ଧି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଶିଳ୍ପାୟନ ମେରୁଦଣ୍ଡ ହୋଇଛି ।

DHARMENDRA_PRADHAN

କନକତୋରା, ଝାରସୁଗୁଡା ରୁ ତିଳେଇବଣି ଦେଇ ଯାଇଥିବା ଏନଏଚ - ୪୯ ଏବଂ ଦେବଗଡ଼-ରିଆମାଳ-ଗୋଡିବନ୍ଧ-ବହ୍ଲର ଦେଇ ଯାଇଥିବା ଏନଏଚ - ୫୩ ସମ୍ପ୍ରସାରଣ ହୋଇଛି । ବିଗତ ୮ ବର୍ଷରେ ଏହି ରାଜପଥର ସମ୍ପ୍ରସାରଣ ସହ ଅନେକ ଉନ୍ନତିକରଣର କାମ ହୋଇଅଛି । ଏବେ ବିଭିନ୍ନ ପ୍ୟାକେଜରେ ଅନେକ ବିକାଶମୂଳକ କାମ ସହିତ ଏନଏଚ-୪୯ ଏବଂ ଏନଏଚ-୫୩କୁ ୪ ଲେନ ବିଶିଷ୍ଟ ରାସ୍ତାରେ ସମ୍ପ୍ରସାରଣ କରାଯାଉଛି । ଆଗାମୀ ବର୍ଷଗୁଡ଼ିକରେ ଏହି ରାସ୍ତା ଦେଇ ଟ୍ରାଫିକ୍, ମାଲ ପରିବହନ ଏବଂ ଶିଳ୍ପ ପରିବହନ ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

ଇବ୍ ଉପତ୍ୟକା, ହୀରାକୁଦ, ଅନୁଗୋଳ-ତାଳଚେରରେ ଥିବା ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ ଅର୍ଥନୈତକ କୋରିଡର ଭାବରେ ପରିଣତ କରିବା ପାଇଁ ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ବିଭାଗୀୟ ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଏହି ସବୁ ଅଞ୍ଚଳରେ ବର୍ତ୍ତମାନ ଏବଂ ଆଗାମୀ ଶିଳ୍ପ ପାଇଁ ଏକ ଉନ୍ନତ ମାନର ଭିତ୍ତିଭୂମି ସୁନିଶ୍ଚିତ କରିବା ସହିତ ସମଗ୍ର ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ଗତି ଦେବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+